ଥମୁନି ରୁଷିଆ-ୟୁକ୍ରେନ ଯୁଦ୍ଧ: ୧୮ ଡ୍ରୋନ୍‌ ନଷ୍ଟ, ୨୧ ମୃତ

କିଭ୍‌,୪ା୫: ଦୀର୍ଘ ୧୪ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଚାଲିଛି। ଉଭୟ ଦେଶର ସୈନ୍ୟବାହିନୀ ପରସ୍ପର ଉପରେ କ୍ରମାଗତ ଭାବରେ ଆକ୍ରମଣ କରୁଛନ୍ତି। ଏହି ସମୟରେ ରୁଷିଆ ସେନା ବୁଧବାର ୟୁକ୍ରେନର ଦକ୍ଷିଣ ଖେର୍ସନ ଅଞ୍ଚଳ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୧ ୟୁକ୍ରେନୀୟ ପ୍ରାଣ ହରାଇଛନ୍ତି। ଏଥିସହ ୪୮ ଜଣ ଗୁରୁତର ହୋଇଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ ବାୟୁ ପ୍ରତିରକ୍ଷା କହିଛି, ସେମାନେ ୨୪ଟି ଡ୍ରୋନ୍‌ ମଧ୍ୟରୁ ୧୮ଟି ନଷ୍ଟ କରିଦେଇଛନ୍ତି।

ରୁଷିଆ ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କି କହିଛନ୍ତି, ଏହି ଆକ୍ରମଣରେ ଏକ ରେଳ ଷ୍ଟେଶନ, ରେଳ କ୍ରସିଂ, ଘର, ହାର୍ଡଓ୍ବୟାର ଷ୍ଟୋର, ଦୋକାନ ବଜାର ଏବଂ ଏକ ଗ୍ୟାସ୍‌ ଷ୍ଟେଶନ ନଷ୍ଟ ହୋଇଯାଇଛି।

Share