ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହ କଥାହେଲେ ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ

କ୍ୱିଭ୍‌,୬ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ୧୧ଦିନରେ ପହଞ୍ଚିଲାଣି । ଏହାର କୌଣସି ସମାଧାନର ବାଟ ଏପର୍ଯ୍ୟନ୍ତ ବାହାରୁ ନ ଥିବା ବେଳେ ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣ ଲଗାତାର ଜାରି ରହିଛି । ଇତିମଧ୍ୟରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ୟୁକ୍ରେନ୍‌-ପୋଲାଣ୍ଡ ସୀମାରେ ଆମେରିକା ବୈଦେଶିକମନ୍ତ୍ରୀ ଏଣ୍ଟନି ବ୍ଲିଙ୍କେନଙ୍କ ସହ ସାକ୍ଷାତ୍ କରିଛନ୍ତି । ତେବେ ୟୁକ୍ରେନ୍ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗାଇଦେବା, ପ୍ରତିବନ୍ଧକର ଦକ୍ଷତାକୁ ସୁନିଶ୍ଚିତ କରିବା ଏବଂ ଚାପ ପ୍ରୟୋଗ କରିବା ଉପରେ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ, ୟୁକ୍ରେନ୍ ଉପରେ ରୁଷିଆ ଆକମ୍ରଣ କରିଥିବା ବେଳେ ଏଥିରେ ସହଜରେ ପଛଘୁଞ୍ଚା ଦେଉନାହିଁ ୟୁକ୍ରେନ୍ । ଅନ୍ୟପଟେ ନିଜ ଜିଦରେ ଅଟଳ ଥିବା ରୁଷିଆ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଧ୍ୱଂସ କରି ଚାଲିଛି ଯାହା ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଗଲାଣି ।

Share