ଅସ୍ତ୍ରବିରତି ପରେ ବି ଚାଲିଛି ଗୁଳିମାଡ

କ୍ୱିଭ,୬ ।୩: ଶନିବାର ରୁଷିଆ ୟୁକ୍ରେନର ଦୁଇଟି ସହରରେ ଅସ୍ତ୍ରବିରତି ଘୋଷଣା କରିଥିଲା । ହେଲେ ଏହା ପରେ ବି ରୁଷିଆ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଦାବି କରିଛି ୟୁକ୍ରେନ୍ । ୟୁକ୍ରେନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କି ରୁଷିଆ ଅସ୍ତ୍ରବିରତି ଘୋଷଣା କରିବା ପରେ ବି ଗୁଳିମାଡ କରୁଥିବାରୁ ଗୋଟିଏ ସ୍ଥାନରୁ ସାଧାରଣ ଜନତାଙ୍କୁ ଉଦ୍ଧାର କରିବା କାର୍ଯ୍ୟକୁ ବନ୍ଦ ରଖିବାକୁ ପଡିଛି । ଏଠାରେ ରୁଷିଆ ଅସ୍ତ୍ରବିରତିର ଉଲ୍ଲଂଘନ କରିଛି ବୋଲି ୟୁକ୍ରେନ୍ ଦାବି କରିଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ କାର୍ଯ୍ୟାଳୟର ଡେପୁଟି ଚିଫ୍ କରିଲୋ ତିମୋଶୋକୋ କହିଛନ୍ତି, ମାରିୟୁପୋଲ ସହରରେ ଶନିବାର ବି ରୁଷିଆ ପକ୍ଷରୁ ଗୁଳିମାଡ କରାଯାଇଛି । ତେଣୁ ସେଠାରେ ଲୋକଙ୍କୁ ଉଦ୍ଧାର କରିବାରେ ବାଧା ସୃଷ୍ଟି ହୋଇଛି । ସେ କହିଛନ୍ତି ରଷିଆ ଅସ୍ତ୍ରବିରତିର ଉଲ୍ଲଂଘନ କରିଛି । ମାରିୟୁପୋଲ ଓ ଏହାର ଆଖାପାଖ ଅଞ୍ଚଳରେ ରୁଷିଆ ପକ୍ଷରୁ ଲଗାତାର ଗୁଳିମାଡ ଚାଲିଛି ।

Share