ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ୩୩ ଦିନ: ମୋରିଉପୋଲ ପାର୍କ-ସ୍କୁଲରେ ପୋତି ଦିଆଯାଉଛି ମୃତ ଶରୀର

କ୍ୱିଭ୍‌,୨୯ ।୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧକୁ ୩୩ ଦିନ ପୂରଣ ହୋଇଥିବା ବେଳେ ଏବେବି ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରିଛି । ଏକ ରିପୋର୍ଟ ଅନୁଯାୟୀ, ୟୁକ୍ରେନ୍ ସେନା ଦାବି କରିଛି କି ଏହି ଯୁଦ୍ଧରେ ରୁଷିଆର ବହୁ କ୍ଷତି ହୋଇଥିବା େବେଳ କ୍ୱିଭ ଆଖପାଖରେ ଜମା ହୋଇଥିବା ରୁଷିଆ ସେନାକୁ ପୁଟିନ ସରକାର ଫେରାଇ ନେଇଛନ୍ତି । ଏପଟେ ମୋରିଉପୋଲରେ ପରିସ୍ଥିତି ବହୁତ ଖରାପ ରହିଛି । ସହରର ବିନାଶ ଏଭଳି ହୋଇଛି ଯେ ଏହାର ତୁଳନା ସିରିୟାର ଅଲେପ୍ପୋ ସହର ସହ କରାଯାଉଛି । ଏଠାରେ ମୃତକଙ୍କୁ କବରସ୍ଥାନ ନେବା କଠିନ ହୋଇପଡିଥିବା ବେଳେ ସେହିଠାରେ ଥିବା ମନୋରଞ୍ଜନ ପାର୍କ ଓ ସ୍କୁଲରେ ମୃତ ଶରୀର ଗୁଡିକୁ ପୋତି ଦିଆଯାଉଛି ।
ମୋରିଉପୋଲରେ ଦୂର ସଂଚାର ସେବା ବନ୍ଦ ହୋଇଯିବା ଫଳରେ ବଙ୍କର ବାହାରକୁ ଖାଦ୍ୟ ବା ପାନୀୟ ପାଇଁ ଯାଉଥିବା ଲୋକଙ୍କ ଫେରିବା ସମୟ ବିଳମ୍ବ ହେଲେ ବଙ୍କର ଭିତରେ ବିଳାପ ଆରମ୍ଭ ହୋଇ ଯାଉଛି । କେବଳ ସେତିକି ନୁହେଁ ବାହାର ଦେଶରେ ଥିବା ଲୋକେ ମୋରିଉପୋଲରେ ଥିବା ତାଙ୍କ ନିଜ ଲୋକଙ୍କ ସମ୍ପର୍କରେ କୌଣସି ସୂଚନା ପାଇ ପାରୁ ନାହାନ୍ତି ।
ପରିସ୍ଥିତି ଏତେ ଖରାପ ହୋଇଛି କି ୟୁକ୍ରେନରେ କାମ କରୁଥିବା ଲୋକେ ମୃତକ ଓ ସହର ଛାଡି ଚାଲିଯାଉଥିବା ଲୋକଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏ ସମ୍ପର୍କରେ ସୂଚନା ମିଳୁଛି । ପୋଲାଣ୍ଡରେ ପହଞ୍ଚୁଥିବା ଶରଣାର୍ଥୀ ସେଠାରେ ଥିବା ପରିଜନଙ୍କୁ ୟୁକ୍ରେନରେ ହୋଇଥିବା ମୃତ୍ୟୁ ଖବର କେବଳ କବର ସ୍ଥାନରେ ଫଟୋ ଦେଖି ଜାଣୁଛନ୍ତି ।
ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ପୋଷ୍ଟରେ ମୋରିଉପୋଲର ଲୋକେ କହଛନ୍ତି, ରୁଷିଆ ସେନା ୟୁକ୍ରେନ ଲୋକଙ୍କ ପାସପୋର୍ଟ ଓ ଅନ୍ୟ ପରିଚୟ ପତ୍ର ଛଡାଇ ନେଇ ଜବରଦସ୍ତ ସେମାନଙ୍କୁ ରୁଷିଆ ସୀମାକୁ ପଠାଇ ଦେଉଛନ୍ତି । ପାଖାପାଖି ୩ ହଜାର ଲୋକଙ୍କୁ ସେଠାକୁ ପଠାଇ ଦିଆଯାଇଛି । ରୁଷିଆ ସେନା ୟୁକ୍ରେନବାସୀଙ୍କ ସହାୟତା କରୁଥିବା କଥା ମିଛ କହୁଛନ୍ତି ।

Share