ୟୁକ୍ରେନର ସାମରିକ ବେସ୍‌ ଉପରେ ଏୟାର୍‌ ଷ୍ଟ୍ରାଇକ୍‌ କଲା ରୁଷିଆ: ୩୫ ମୃତ

କ୍ୱିଭ୍‌,୧୩।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣର ଆଜି ହେଉଛି ୧୮ତମ ଦିନ। ରୁଷିଆ ଦିନକୁ ଦିନ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରୁଛି। ରୁଷିଆ ରବିବାର ୟୁକ୍ରେନର ସାମରିକ ବେସ୍‌ ଉପରେ ଏକ ବଡ଼ ଏୟାର ଷ୍ଟ୍ରାଇକ୍‌ କରିଛି। ଏଥିରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ୟୁକ୍ରେନର ଲଭିଭ ନିକଟରେ ଥିବା ଏକ ସାମରିକ ବେସ ଉପରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି। ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ ଟୁଇଟ୍‌ ଯୋଗେ ଏହି ଆକ୍ରମଣକୁ ନିଶ୍ଚିତ କରିଛନ୍ତି।
ସୂଚନାଯୋଗ୍ୟ, ରୁଷିଆ କ୍ୱିଭ୍‌ ଦଖଲ କରିବାକୁ ଚେଷ୍ଟା କରୁଥିବା ବେଳେ ୟୁକ୍ରେନ ସେନା ମଧ୍ୟ ମୁହଁତୋଡ ଜବାବ ଦେଇଛନ୍ତି। ୫ ଟ୍ୟାଙ୍କ ସହ ରୁଷିଆର ଏକ ରେଜିମେଣ୍ଟ କମାଣ୍ଡରଙ୍କୁ ମାରିଥିବା ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି ।

Share