ନୂଆଦିଲ୍ଲୀ,୭ ।୩: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସୋମବାର ଯୁଦ୍ଧଗ୍ରସ୍ତ ୟୁକ୍ରେନର ପଡୋଶୀ ଦେଶରୁୁ ୧୫୦୦ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାର ବ୍ୟବସ୍ଥା କରାଯାଇଛି । ମୋଟ ୮ଟି ବିମାନରେ ଏମାନେ ସ୍ୱଦେଶ ଫେରିବେ । ଏଥିମଧ୍ୟରୁ ୫ଟି ବୁଦାପେଷ୍ଟରୁ, ୨ଟି ସୁକେଆୱାରୁ ଓ ଗୋଟିଏ ବୁକାରେଷ୍ଟରୁ ବାହାରିବେ । ଯେଉଁଥିରେ ୧୫୦୦ ଭାରତୀୟଙ୍କୁ ଉଦ୍ଧାର କରାଯିବ । ସୂଚନାଯୋଗ୍ୟ, ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ଅର୍ଥାତ୍ ୨୪ ଫେବୃୟାରୀରୁ ୟୁକ୍ରେନର ସମସ୍ତ ଆକାଶ ମାର୍ଗ ବନ୍ଦ ରହିଛି । ତେଣୁ ଭାରତୀୟମାନଙ୍କୁ ଏହାର ପଡୋଶୀ ଦେଶର ଆକାମାର୍ଗ ବ୍ୟବହାର କରାଯାଇ ଉଦ୍ଧାର କରାଯାଉଛି ।