ପୁଟିନ କରିଛନ୍ତି ମସ୍ତବଡ ଭୁଲ: ଜନସନ

ଲଣ୍ଡନ,୧୯ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨୯ ଦିନ ହୋଇ ଯାଇଥିବା ବେଳେ ଅନେକ ଦେଶ ରୁଷିଆର ଆକ୍ରମଣକୁ ନିନ୍ଦା କରିଛନ୍ତି । ଏହି କ୍ରମରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମସ୍ତବଡ ଭୁଲ କରିଛନ୍ତି । ତେବେ ବ୍ରିଟେନ ସବୁବେଳେ ୟୁକ୍ରେନକୁ ସମର୍ଥନ କରି ଆସିଛି ଓ କରିବ ମଧ୍ୟ । ଜନସନ କହିଛନ୍ତି ପୁଟିନ ୟୁକ୍ରେନକୁ ଭୟ କରିଯିବା ଫଳରେ ଏଭଳି ପରିସ୍ଥିତି ଉପୁଜିଛି । ଜନସନ କହିଛନ୍ତି ୟୁକ୍ରେନରେ ଏକ ସ୍ୱତନ୍ତ୍ର ପ୍ରେସ ରହିଛି, ୟୁକ୍ରେନ୍‌ରେ ପ୍ରତିବର୍ଷ ସ୍ୱତନ୍ତ୍ର ନିର୍ବାଚନ କରାଯାଇଥାଏ । ଏବେ ୟୁକ୍ରେନ୍ ପ୍ରଗତିର ପଥେ ଆଗେଇ ଚାଲିଛି । ଏହାକୁ ଦେଖି ରୁଷିଆ ଭୟ କରିଥିବାରୁ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି । ତେଣୁ ପୁଟିନ ଯାହା କରିଛନ୍ତି ତାହା ମସ୍ତବଡ ଭୁଲ ବୋଲି କହିଛନ୍ତି ବୋରିସ ଜନସନ ।

Share