ରୁଷିଆ-ୟୁକ୍ରେନ ଯୁଦ୍ଧ: ଗୁଜରାଟର ଲକ୍ଷ ଲକ୍ଷ ହୀରା ଶ୍ରମିକଙ୍କ ଜୀବନ ଜୀବିକା ପ୍ରଭାବିତ

ମସ୍କୋ/ଗାନ୍ଧୀନଗର,୧୩ ।୬: ରୁଷିଆ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱରେ କିଛି ନା କିଛି ପ୍ରଭାବ ନିଶ୍ଚିତ ଭାବେ ପକାଇଛି । ଏବେ ଏହାର ପ୍ରଭାବ ଗୁଜରାଟର ହୀଳା ଶିଳ୍ପ ଉପର ପଡିଥିବା ଦେଖାଯାଇଛି । ବିଶେଷ କରି ସ୍ୱରାଷ୍ଟ୍ରର ଗ୍ରାମାଞ୍ଚଳରେ କାମ କରୁଥିବା ହୀରା ୟୁନିଟ ଗୁଡିକ ଉପରେ ଏହା ଅଧିକ ପ୍ରଭାବ ପକାଇଛି । ଉଦ୍ଦ୍ୟୋଗର ପ୍ରତିନିଧିଙ୍କ ଅନୁଯାୟୀ, ଏହି ୟୁନିଟ ଗୁଡିକ ପ୍ରକ୍ରିୟାକରଣ ଏବଂ ପଲିସିଂ ପାଇଁ ରୁଷିଆରୁ ଅଳ୍ପ ପରିମାଣର ହୀରା ଆମଦାନୀ କରନ୍ତି ।
ରତ୍ନ ଏବଂ ଆଭୁଷଣ ରପ୍ତାନି ପ୍ରୋତ୍ସାହନ ପରିଷଦର ଚେୟାରମ୍ୟାନ ଦୀନେଶ ନାଭାଡିଆଙ୍କ ସୂଚନା ଅନୁଯାୟୀ, ୧୫ ଲକ୍ଷ ଲୋକ ରାଜ୍ୟର ହୀରା ଶିଳ୍ପରେ ନିଯୁକ୍ତି ପାଇଛନ୍ତି । ଏବେ ରୁଷିଆରୁ ଛୋଟ ଆକାରର ହୀରା ଆସୁଥିବାରୁ ବ୍ୟବସାୟୀମାନେ କଞ୍ଚାମାଲ ପାଇଁ ଆଫ୍ରିକୀୟ ଦେଶ ଓ ଅନ୍ୟ ଦେଶ ଉପରେ ନିର୍ଭର କରୁଛନ୍ତି । ଗୁଜରାଟକୁ ପଲିସିଂ ପାଇଁ ଆସୁଥିବା ପ୍ରାୟ ୬୦ ପ୍ରତିଶତ ହୀରା ରୁଷିଆରୁ ଆସିଥାଏ । ଏଗୁଡିକ ମଧ୍ୟରୁ ଅଧିକାଂଶ ଛୋଟ ଆକାରର ହୀରା । ତେଣୁ ଏବେ ରୁଷିଆରୁ ହୀରା ଆସିବା ବନ୍ଦ ହୋଇ ଯାଇଥିବାରୁ ଏବେ ଏହା ଗୁଜରାଟର ହୀରା ଶିଳ୍ପ ଉପରେ ଖୁବ୍ ପ୍ରଭାବ ପକାଇଛି ।

Share