ଚାଇନାର ନୂଆ ଚାଲ୍‌

ବେଜିଂ,୨୦।୩: ଆଜିଠାରୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ରୁଷିଆ ଗସ୍ତରେ ଯିବେ। ଏହି ଗସ୍ତ ପୂର୍ବରୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶେଷ କରିବାକୁ ପଦକ୍ଷେପ ନେବାକୁ ଚାଇନା ଘୋଷଣା କରିଥିଲା। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବାରେ ଗଠନମୂଳକ ଭୂମିକା ଗ୍ରହଣ କରିବାରେ ଚାଇନାର ଇଚ୍ଛାକୁ ସ୍ବାଗତ କରିଛନ୍ତି। ପୁଟିନ କହିଛନ୍ତି, ଚାଇନା-ରୁଷିଆର ସମ୍ପର୍କ ସର୍ବଦା ଉଚ୍ଚରେ ରହିଛି। ଦୁଇଦେଶ ମଧ୍ୟରେ ସମ୍ପର୍କ ଭଲ। ସି ଜିନପିଙ୍ଗଙ୍କ ସହ ଆଲୋଚନା ପାଇଁ ମୁଁ ବହୁତ ଆଶାବାଦୀ ଅଛି। ଏହି ସାକ୍ଷାତ ସମଗ୍ର ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ଉତ୍ସାହ ପ୍ରଦାନ କରିବେ।
ତୃତୀୟ ଥର ପାଇଁ ଚାଇନାର ରାଷ୍ଟ୍ରପତି ହୋଇଥିବା ସି ଜିନପିଙ୍ଗ ବର୍ତ୍ତମାନ ବିଶ୍ୱ ସ୍ତରରେ ଚାଇନା ପାଇଁ ଏକ ବଡ଼ ଭୂମିକା ଉପରେ ଧ୍ୟାନ ଦେଉଛନ୍ତି। ଏହି ପର୍ଯ୍ୟାୟରେ, ସେ ଚଳିତ ମାସରେ ମଧ୍ୟ ପୂର୍ବର ପ୍ରତିଦ୍ୱନ୍ଦ୍ୱୀ ଇରାନ ଏବଂ ସାଉଦି ଆରବ ମଧ୍ୟରେ ଏକ ବନ୍ଧୁତା ସ୍ଥାପନ କରିଥିଲେ। ବର୍ତ୍ତମାନ ଜିନ୍‌ପିଙ୍ଗଙ୍କ ଧ୍ୟାନ ରୁଷିଆ ଏବଂ ୟୁକ୍ରେନ ସଙ୍କଟକୁ ସମାପ୍ତ କରିବା ଉପରେ ରହିଛି।

Share