ଯୁଦ୍ଧ ପାଇଁ ରୁଷିଆକୁ ସେନା ଉପକରଣ ଦେଉଛି ଚାଇନା, ଆମେରିକା ଗୁଇନ୍ଦା ବିଭାଗର ଦାବି

ଓ୍ବାଶିଂଟନ,୨୮।୭: ରୁଷିଆ ଓ ଚାଇନାର ବନ୍ଧୁତ୍ୱ ଏବେ ପଦାରେ ପଡିଛି। ରୁଷିଆ-ୟୁକ୍ରେନ ଯୁଦ୍ଧରେ ଚାଇନା ବିନା କୌଣସି ଦ୍ୱିଧାରେ ରୁଷିଆକୁ ସହଯୋଗ କରିଛି। ହେଲେ ଚାଇନା କହିଛି ଯେ ସେ ଯୁଦ୍ଧ ପାଇଁ ରୁଷିଆକୁ ସେନା ଉପକରଣ ଦେଇ ନାହିଁ।

ଆମେରିକାର ଗୁପ୍ତଚର ବିଭାଗର ରିପୋର୍ଟ ଅନୁଯାୟୀ ଚାଇନା ପଡୋଶୀ ଦେଶକୁ ରୁଷିଆ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଏଡ଼ାଇବାରେ ସାହାଯ୍ୟ କରୁଛି। ଏଥି ସହିତ ଚାଇନା ଯୁଦ୍ଧରେ (ରୁଷିଆ ୟୁକ୍ରେନ ଯୁଦ୍ଧ) ଯୁଦ୍ଧ ପାଇଁ ରୁଷିଆକୁ ଡୁଆଲ ୟୁଜ ପ୍ରଯୁକ୍ତିବିଦ୍ୟା ସହିତ ସାମରିକ ଉପକରଣ ଯୋଗାଉଛି।
ନ୍ୟାସନାଲ ଇଣ୍ଟେଲିଜେନ୍ସ (ଓଡିଏନଆଇ)ର ରିପୋର୍ଟ ଅନୁଯାୟୀ, ଚାଇନା ମାଧ୍ୟମରେ ରୁଷିଆକୁ ଯୋଗାଇ ଦିଆଯାଉଥିବା ଯନ୍ତ୍ରପାତି ୟୁକ୍ରେନ ଯୁଦ୍ଧରେ ବ୍ୟବହୃତ ହେଉଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଯୁଦ୍ଧ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜବୁତ ହୋଇଛି। ଏଥିରେ ଆହୁରି ମଧ୍ୟ ସୂଚନା ଦିଆଯାଇଛି ଯେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟରେ ବୃଦ୍ଧି ଘଟିଛି।

Share