କିଭ୍,୨୪।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ଆଜି ବର୍ଷେ ପୂରଣ ହୋଇଛି। ୨୪ ଫେବୃଆରୀ ୨୦୨୨ରେ, ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଚାଲିଛି । ବିଭିନ୍ନ ରିପୋର୍ଟ ଅନୁଯାୟୀ, ଗୋଟିଏ ବର୍ଷ ମଧ୍ୟରେ ଉଭୟ ପାର୍ଶ୍ୱରେ ତିନି ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।
ଏହି ଯୁଦ୍ଧରେ ଆମେରିକା ସମେତ ବିଶ୍ୱର ଅନେକ ବଡ ଦେଶ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି। ଏହି କ୍ରମରେ ଜି -୭ ଦେଶ ୟୁକ୍ରେନ ପାଇଁ ଆର୍ଥିକ ସହାୟତାକୁ ୩୯ ବିଲିୟନ ଡଲାରକୁ ବୃଦ୍ଧି କରିଛନ୍ତି। ଏହା ବ୍ୟତୀତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଧ୍ୟ ରୁଷିଆର ଆକ୍ରମଣର ପ୍ରଭାବକୁ ମୁକାବିଲା କରିବାରେ ମାର୍ଚ୍ଚ ସୁଦ୍ଧା ଏହି ଦେଶକୁ ଏକ ନୂତନ ଆର୍ଥିକ ପ୍ୟାକେଜ ଆହ୍ବାନ କରିଛି। ଜି-୭ରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ବ୍ରିଟେନ, କାନାଡା, ଜାପାନ ଏବଂ ଆମେରିକା ସାମିଲ ଅଛି।