କ୍ୱିଭ,୧ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩୭ ଦିନ ହୋଇଗଲାଣି । ହେଲେ ଏବେବି ରୁଷିଆ ପୂର୍ବଭଳି ଆକ୍ରମଣ କରିବା ମୁଡରେ ରହିଛି । ୟୁକ୍ରେନର ରାଜଧାନୀ କ୍ୱିଭ ଦଖଲ କରିବାକୁ ଚାହୁଁଥିବା ରୁଷିଆ କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ହାସଲ କରିପାରୁ ନାହିଁ । ଇତିମଧ୍ୟରେ ଶୁଣିବାକୁ ମିଳିଛି କି ରୁଷିଆ ସେନା କ୍ୱିଭକୁ ଦଖଲ କରିବା ପାଇଁ ଏବେ ଗାଁକୁ ଟାର୍ଗେଟ କରୁଛନ୍ତି । ଯୁଦ୍ଧ ଶେଷ କରିବାକୁ ନେଇ ଦୁଇ ଦେଶ ମଧ୍ୟରେ ଶୁକ୍ରବାର ପୁଣିଥରେ କଥାବାର୍ତ୍ତା ହେବାର ଯୋଜନା ରହିଛି । କିନ୍ତୁ ଆକ୍ରମଣ ମୁଡରେ ଥିବା ରୁଷିଆ ସେନା ଏବେ ଗାଁକୁ ଟାର୍ଗେଟ କରୁଥିବା ବେଳେ ୟୁକ୍ରେନ୍ ସେନାବି ଏହାକୁ ଦେଖି ପଛଘୁଞ୍ଚା ଦେଉ ନାହାନ୍ତି । ସୂଚନାଯୋଗ୍ୟ, ରୁଷିଆ ସେନାଙ୍କ ଆକ୍ରମଣର ଜବାବ ଦେବାକୁ ଯାଇ ୟୁକ୍ରେନ୍ ସେନା ରୁଷିଆର ୨ଟି ଟ୍ୟାଙ୍କ ନଷ୍ଟ କରି ଦେଇଥିବା ବେଳେ ଏହି ଆକ୍ରମଣରେ ଜଣେ ରୁଷିଆ ସେନାଙ୍କ ମୃତ୍ୟୁ ହୋଇଛି ।