ଜପୋରିଜିଆ ପରମାଣୁ ପ୍ଲାଣ୍ଟରେ ଗୁଳିକାଣ୍ଡ, ରେଡିଏଶନ ବ୍ୟାପିବାର ଭୟ, ବିଦ୍ୟୁତ ଲାଇନରେ ଲାଗିଲା ନିଆଁ

କ୍ୱିଭ,୭ ।୮: ୟୁରୋପର ସବୁଠାରୁ ବଡ ଜପୋରିଜିଆର ପରମାଣୁ ବିଜୁଳିଘର ପୁଣିଥରେ ବିପଦରେ । ଏହି ଅଞ୍ଚଳରେ ରୁଷିଆ ଓ ୟୁକ୍ରେନ ସେନାଙ୍କ ମଧ୍ୟରେ ହୋଇଥିବ ଗୁଳିଗୋଳା ବର୍ଷଣରେ ବିଜୁଳିଘର ଉପରେ ବି ଗୁଳିଗୋଳା ବର୍ଷଣ ହୋଇଛି । ଏହା ଫଳରେ ବିଜୁଳିଘର କ୍ଷତିଗ୍ରସ୍ତ ହୋଇଥିବାରୁ ଏବେ ରେଡିଏଶନ ବ୍ୟାପିବାର ଭୟ ଦେଖାଦେଇଛି । ଏହି କାରଣୁ ରିଏକ୍ଟରକୁ ବନ୍ଦ କରି ଦିଆଯାଇଛି । ଏହାସହ ବିଦ୍ୟୁତ ଲାଇନରେ ନିଆଁ ଲାଗିଯିବା ଫଳରେ ଉତ୍ପାଦନ ବନ୍ଦ ହୋଇଯାଇଛି । ଅନ୍ତରାଷ୍ଟ୍ରୀୟ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଏ) ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛି । ଏହାରି ଭିତରେ ଆଉ ଏକ ଭଲ ଖବର ହେଉଛି ୟୁକ୍ରେନର ୩ ମାଲବାହୀ ଜାହାଜ ଖାଦ୍ୟଶସ୍ୟ ନେଇ ବ୍ଲାକ ସି ଦେଇ ବିଦେଶ ଗସ୍ତ କରିଛି ।

Share