ରୁଷିଆକୁ ବଡ଼ ଝଟ୍‌କା

କ୍ୱିଭ୍‌,୩।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ୟୁକ୍ରେନରେ ରୁଷିଆ ପକ୍ଷରୁ ଆକ୍ରମଣ ଜୋରଦାର କରାଯାଇଛି। ଏହି ସମୟରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏକ ସଂକଳ୍ପ ପାରିତ କରି ରୁଷିଆର ସୈନିକମାନଙ୍କୁ ୟୁକ୍ରେନରୁ ଓହରିଯିବାକୁ କହିଛି। ଏହା ବ୍ୟତୀତ ୟୁକ୍ରେନରେ ଏୟାର ଷ୍ଟ୍ରାଇକ ଆଲର୍ଟ ଜାରି କରାଯାଇଛି। ତେବେ ଏସବୁ ଭିତରେ ରୁଷିଆକୁ ଏକ ବଡ଼ ଝଟ୍‌କା ଲାଗିଛି। ରୁଷିଆର ଆକ୍ରମଣାତ୍ମକ ଆକ୍ରମଣ ମଧ୍ୟରେ ୟୁକ୍ରେନକୁ ଜର୍ମାନୀର ସମର୍ଥନ ମିଳିଛି। ଜର୍ମାନୀ ୟୁକ୍ରେନକୁ ୨୭୦୦ ଅଧିକ ଆଣ୍ଟି-ଏୟାର ମିସାଇଲ ଦେବ।
ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷର ସୈନ୍ୟମାନେ ଏବେ ୟୁକ୍ରେନର ପୂର୍ବ ପ୍ରାନ୍ତର ରାସ୍ତା ଦେଇ ପଶ୍ଚିମ ପ୍ରାନ୍ତକୁ ଯିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଯାଏ ରୁଷ ଆକ୍ରମଣରୁ ୟୁକ୍ରେନର ପଶ୍ଚିମ ପ୍ରାନ୍ତ ସୁରକ୍ଷିତ ରହିଛି। ହେଲେ ରୁଷ ସେନାର ଏପରି ପରିବର୍ତ୍ତିତ ଆଭିମୁଖ୍ୟ ସ୍ଥିତିକୁ ଆହୁରି ଭୟଙ୍କର କରିବାର ଆଶଙ୍କା ସୃଷ୍ଟି କରିଛି।

Share