ରୁଷିଆ ଆକ୍ରମଣକୁ ନେଇ ଭାରତର ଆଭିମୁଖ୍ୟ ‘ନରମ’: ବାଇଡେନ୍‌

ନ୍ୟୁୟର୍କ,୨୨।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟକୁ ଦୁର୍ବଳ ବୋଲି କହିଛନ୍ତି। ଆମେରିକାର ଅନ୍ୟ ସହଯୋଗୀ ଦେଶ ତୁଳନାରେ ଭାରତର ପ୍ରତିକ୍ରିୟା ଅସ୍ଥିର ବୋଲି ସେ କହିଛନ୍ତି। ୱାଶିଂଟନରେ ଆମେରିକାର ବିଜ୍‌ନେସ୍‌ ଲିଡର୍ସମାନଙ୍କୁ ସମ୍ବୋଧିତ କରି ବାଇଡେନ ଏହା କହିଛନ୍ତି। କ୍ୱାଡ ପାର୍ଟନର ଦେଶ ବିଷୟରେ ସେ କହିଛନ୍ତି, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକା ପରି ରୁଷିଆ ଉପରେ ଭାରତ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ। ମିଳିତ ଜାତିସଂଘରେ ରୁଷିଆ ବିରୁଦ୍ଧରେ ଏକ ନିନ୍ଦନୀୟ ପ୍ରସ୍ତାବ ଉପରେ ଭୋଟ ଦେବାକୁ ମଧ୍ୟ ମନା କରିଦେଇଛି ଭାରତ।
ବାଇଡେନଙ୍କ ପାଇଁ ଭାରତର ଆଭିମୁଖ୍ୟ ହୁଏତ ଦୁର୍ବଳ ହୋଇଥାଇପାରେ, କିନ୍ତୁ ଅଷ୍ଟ୍ରେଲିଆ ଭାରତକୁ ସମର୍ଥନ କରିଛି। ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ବାରି ଓ’ଫରେଲ କହିଛନ୍ତି ୟୁକ୍ରେନ ଉପରେ ଭାରତର ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି।

Share