ଆଲୋଚନା ପାଇଁ ପ୍ରସ୍ତାବ ଦେଲା ରୁଷିଆ, ମନା କଲା ୟୁକ୍ରେନ

କ୍ୱିଭ୍‌,୨୭।୨:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ଏହି ଯୁଦ୍ଧର ଚତୁର୍ଥ ଦିନ। ରବିବାର ରୁଷିଆ ୟୁକ୍ରେନକୁ ଆଲୋଚନା ପ୍ରସ୍ତାବ ଦେଇଥିଲା, କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଛି ୟୁକ୍ରେନ୍‌। ରୁଷର ନ୍ୟୁଜ ଏଜେନ୍ସି ମୁତାବକ, ବେଲାରୁଷରେ ୟୁକ୍ରେନ ସହ ଆଲୋଚନା କରିବାକୁ ରୁଷିଆ ପ୍ରସ୍ତାବ ଦେଇଥିଲା। କିନ୍ତୁ ବେଲାରୁଷରେ ଆଲୋଚନା କରିବାକୁ ମନା କରିଛନ୍ତି ରାଷ୍ଟ୍ରପତି ଜେଲେନସ୍କି। ବେଲାରୁଷ ବଦଳରେ ୟୁକ୍ରେନ ଅନ୍ୟସ୍ଥାନରେ ଆଲୋଚନା କରିବା ପାଇଁ ରୁଷିଆକୁ କହିଛି। ବେଲାରୁଷ ବଦଳରେ ୱାର୍ସ, ବ୍ରାଟିସଲାଭା, ବୁଦାପେଷ୍ଟ, ଇସ୍ତାନବୁଲ, ବାକି ଆଦି ସ୍ଥାନ ମଧ୍ୟରୁ ଯେକୌଣସି ସ୍ଥାନରେ ଆଲୋଚନା ପାଇଁ ଅନଲାଇନ ମାଧ୍ୟମରେ ଜେଲେନସ୍କି ପ୍ରସ୍ତାବ ଦେଇଛନ୍ତି।
ସୂଚନାଯୋଗ୍ୟ, ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ସମସ୍ତେ ଅନୁମାନ କରୁଥିଲେ ପୁଟିନଙ୍କ ସୈନ୍ୟମାନେ ଦିନେ କିମ୍ବା ଦୁଇ ଦିନ ରାଜଧାନୀ କ୍ୱିଭ୍‌କୁ କାବୁ କରିବେ। କିନ୍ତୁ ୟୁକ୍ରେନ ସୈନ୍ୟମାନେ ଅତ୍ୟଧିକ ସାହାସିକତାର କାର୍ଯ୍ୟ କରିଛନ୍ତି ଏବଂ ଗତ ୭୨ ଘଣ୍ଟା ପାଇଁ କ୍ୱିଭ୍‌ ବାହାରେ ରୁଷିଆର ସେନାକୁ ଅଟକାଇଛନ୍ତି। ଲଗାତର ବୋମା ବିସ୍ଫୋରଣ ପରେ ମଧ୍ୟ ୟୁକ୍ରେନ ହାର ମାନିବାକୁ ପ୍ରସ୍ତୁତ ନାହିଁ।

Share