ଋଷ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଛନ୍ତି ୫୦ହଜାର ଋଷୀୟ

ମସ୍କୋ,୧୧।୭: ଋଷ-ୟୁକ୍ରେନ ଯୁଦ୍ଧକୁ ୫୦୦ଦିନ ପୁରିଛି। ବିଶ୍ୱଯୁଦ୍ଧ ପରେ ଏହି ଦୁଇ ଦେଶର ଯୁଦ୍ଧ ତାଣ୍ଡବଲୀଳାରେ ବିଶ୍ୱ ଥରି ଉଠିଛି। ଦୁଇ ଦେଶର ସେନାଙ୍କ ସମେତ ବହୁ ନାଗରିକ ମାଟିରେ ମିଶିଛନ୍ତି। ୟୁକ୍ରେନକୁ ଆମେରିକା ପରି ପାଶ୍ଚାତ ଦେଶ ଅସ୍ତସ୍ତ୍ରଶସ୍ତ୍ର ଯୋଗାଉଥିବାବେଳେ ଋଷ ତା’ର ଭୟାନକ ରଣନୀତିରେ ୟୁକ୍ରେନକୁ ଥରେଇ ଦେଇଛି। ଯୁଦ୍ଧରେ ୟୁକ୍ରେନ ଲଯାଏଁ ଋଷ ସାମ୍ନାରେ ମୁଣ୍ଡ ନୁଆଁଇ eନାହିଁ। ତେବେ ଏକ ରିପୋର୍ଟ ଅନୁଯାୟୀ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୟୁକ୍ରେନ ସହ ଯୁଦ୍ଧରେ ପ୍ରାୟ ୫୦ହଜାର ରୁଷୀୟ ମୃତ୍ୟୁବରଣ କରିଛନ୍ତି।

ଅଲଜଜଜିରାର ରିପୋର୍ଟ ଅନୁଯାୟୀ ମସ୍କୋ କିମ୍ବା କିଭ୍‌ନିଜ ନିଜ ଦେଶର ସାମରିକ କ୍ଷୟକ୍ଷତି ବିଷୟରେ ସବିଶେଷ ତଥ୍ୟ ଦେଇ ନାହାଁନ୍ତି ଏବଂ ପ୍ରତ୍ୟେକ ଅନ୍ୟ ପକ୍ଷର ଆହତଙ୍କ ତଥ୍ୟ ପ୍ରକାଶ କରିଛନ୍ତି ଋଷ ପ୍ରାୟ ୬ହଜାର ସୈନିକଙ୍କ ମୃତ୍ୟୁକୁ ସର୍ବସାଧାରଣରେ ସ୍ବୀକାର କରିଛି। କିନ୍ତୁ ଗଣମାଧ୍ୟମ ଅନୁଯାୟୀ, ଋଷ ମୃତ୍ୟୁସଂଖ୍ୟା ଲୁଚାଇ ରଖିଛି। ମିଡିଆଜୋନା ଏବଂ ବିବିସି ନ୍ୟୁଜ ରୁଷିଆ ସୋସିଆଲ ମିଡିଆ ପୋଷ୍ଟିଂ ଏବଂ ରୁଷର ସମାଧିସ୍ଥଳର ଫଟୋ ବ୍ୟବହାର କରି ଯୁଦ୍ଧର ମୃତକମାନଙ୍କ ଡାଟାବେସ ପ୍ରସ୍ତୁତି କରିଛି। ଜୁଲାଇ ୭ ସୁଦ୍ଧା, ୨୭ହଜାର ୪୨୩ମୃତ ଋଷ ସୈନିକଙ୍କୁ ଚିହ୍ନଟ କରାଯାଇଛି

Share