ମାରିଉପୋଲରେ ପ୍ରଥମ ରାସାୟନିକ ଅସ୍ତ୍ରର ପ୍ରୟୋଗ!

କ୍ୱିଭ,୧୨ ।୪: ବେଳକୁ ବେଳ ବଢି ଚାଲିଛି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ । ତେବେ ରାସାୟନିକ ଅସ୍ତ୍ରର ବ୍ୟବହାରକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଏବେ ରୁଷିଆ ରାସାୟନିକ ଅସ୍ତ୍ର ପ୍ରୟୋଗ ଆରମ୍ଭ କରିଦେଇଥିବା ଆଶଙ୍କା କରାଯାଉଛି । ୟୁକ୍ରେନ ସେନାର ଏକ ରେଜିମେଣ୍ଟ ଦାବି କରିଛି ଯେ, ରୁଷିଆ ସେନା ମାରିଉପୋଲରେ ରାସାୟନିକ ଅସ୍ତ୍ର ବ୍ୟବହାର ଆରମ୍ଭ କରିଦେଇଛି । ଏହା ୟୁକ୍ରେନ୍ ସେନାଙ୍କ ଉପରେ କରାଯାଇଛି । ଏଥିପାଇଁ ରୁଷିଆ ସେନା ଡ୍ରୋନର ବ୍ୟବହାର କରିଛନ୍ତି । ରୁଷିଆ ସେନା ପକ୍ଷରୁ ପବନରେ କିଛି ବିଷାକ୍ତ ପଦାର୍ଥ ତଳକୁ ଫୋପାଡି ଦିଆଯାଇଛି । ଆଉ ଏହାପରେ ନିଶ୍ୱାସ ନେବାରେ ସମସ୍ୟା ଉପୁଜିଛି । ସେନା ଅଧିକାରୀ କହିଛନ୍ତି ଏହା ରୁଷିଆ ସେନାଙ୍କ ଦ୍ୱାରା ପ୍ରଥମ ରାସାୟନିକ ଅସ୍ତ୍ରର ପ୍ରୟୋଗ । ଯଦି ଏହା ସତ ହୋଇଥାଏ ତେବେ ଭବିଷ୍ୟତରେ ଏହା ଆହୁରି ଅନେକ ସମସ୍ୟା ସୃଷ୍ଟି କରିପାରେ ।

Share