ରୁଷିଆ,୧୯ ।୪: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସୋମବାର ୟୁକ୍ରେନର ବୁଚା ସହରରେ କ୍ରୁରତା କରିଥିବା ଅଭିଯୁକ୍ତ ବ୍ରିଗେଡଙ୍କୁ ମାନଦ ଉପାଧିରେ ସମ୍ମାନୀତ କରିଛନ୍ତି । ନ୍ୟୁଜ ଏଜେନ୍ସି ଏଏଫପି ଏହି ସୂଚନା ଦେଇଛି । ସୂଚନାଯୋଗ୍ୟ, ୟୁକ୍ରେନର ଅଧିକାରୀମାନେ ରୁଷିଆ ସେନାଙ୍କ ଉପରେ କ୍ୱିଭ ବାହାରେ ବୁଚା ନରସଂହାର ଓ ଯୁଦ୍ଧ କରିଥିବା ଅପରାଧରେ ଅଭିଯୁକ୍ତ ବୋଲି କହିଥିଲେ । ହେଲେ ମସ୍କୋ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା ।
ୟୁକ୍ରେନର ବୁଚା ସହରରେ ବହୁ ପରିମାଣରେ ମୃତ ଶରୀର ବିଭିନ୍ନ କବରରୁ ମିଳିବା ପରେ ସାରାବିଶ୍ୱ ଏହାକୁ ନେଇ ଆକ୍ରୋଶ ପ୍ରକାଶ କରିଥିଲା । କିଛି ଦେଶ ଏହାକୁ ନିନ୍ଦା କରିବା ସହ ଏହାର ଯାଞ୍ଚ ଦାବି କରିଥିଲେ ।