ୟୁକ୍ରେନକୁ ସାହାଯ୍ୟ କରିବ ସ୍ବିଡେନ, ଦେଇପାରେ ଗ୍ରିପେନ ଯୁଦ୍ଧ ବିମାନ

କିଭ୍‌,୧୩।୯: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ଗ୍ରିପେନ ଯୁଦ୍ଧ ବିମାନ ଦେବା ପାଇଁ ସ୍ବିଡେନ ସରକାର ବିଚାର କରୁଛନ୍ତି। ସ୍ବିଡେନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ବିଡେନ ପବ୍ଲିକ ରେଡିଓ (ଏସ୍‌ଆର୍‌) ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଯଥାଶୀଘ୍ର ଗୋଟିଏ ଡିଭିଜନ ଗ୍ରିପେନ କିମ୍ବା ୧୬ରୁ ୧୮ବିମାନ ପାଇବାକୁ ଆଶା କରୁଛି।

ସ୍ବିଡେନ ଚଳିତ ବର୍ଷ କହିଥିଲା ଯେ, ସେ ୟୁକ୍ରେନ ପାଇଲଟମାନଙ୍କୁ ଗ୍ରିପେନ ଜେଟ ଉଡ଼ାଇବା ପାଇଁ ତାଲିମ ଦେବ, କିନ୍ତୁ ଏହା କେବଳ ଏହାର ଅଞ୍ଚଳରେ ଦିଆଯିବ ବୋଲି କହିଛି। ରିପୋର୍ଟ ଅନୁଯାୟୀ, ଗୁରୁବାର ସୁଦ୍ଧା ସରକାର ସଶସ୍ତ୍ର ବାହିନୀକୁ ଏହା ଉପରେ ବିଚାର କରିବାକୁ କହିପାରନ୍ତି।

ସ୍ବିଡେନର ବିରୋଧୀଦଳ ନେତା ଗତ ମାସରେ କହିଥିଲେ ଯେ ଗ୍ରିପେନ ବିତରଣ କରିବାକୁ ସ୍ବିଡେନ ପ୍ରସ୍ତୁତ ହେବା ଉଚିତ। ଏହାପୂର୍ବରୁ ନେଦରଲ୍ୟାଣ୍ଡ ଏବଂ ଡେନମାର୍କ ଆମେରିକାର ନିର୍ମିତ ଏଫ୍‌-୧୬ ଯୁଦ୍ଧ ବିମାନ ଯୋଗାଇବା ବିଷୟରେ ଆଲୋଚନା କରିଥିଲେ।

 

Share