ଘରେ ପଶିଲେ ରୁଷିଆ ସୈନ୍ୟ, ବୃଦ୍ଧ ଦମ୍ପତି ଦେଖି କଲେ ଭୟଙ୍କର କାମ

କ୍ୱିଭ୍‌,୧୪।୩: ତିନି ସପ୍ତାହରୁ ଅଧିକ ଦିନ ହେବ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଭୟରେ ଲକ୍ଷ ଲକ୍ଷ ଲୋକ ନିଜ ଦେଶ ଛାଡି ପଳାଇଛନ୍ତି। ତଥାପି, ଅନେକ ଲୋକ ନିଜ ଘର ଛାଡି ନାହାଁନ୍ତି। କିଛି ସାଧାରଣ ନାଗରିକ ସାହସିକତାର ସହ ରୁଷିଆ ସୈନ୍ୟଙ୍କ ବିରୋଧରେ ଛିଡା ହେଉଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ରୁଷିଆର ସୈନିକମାନେ ୟୁକ୍ରେନର ଜଣେ ବୃଦ୍ଧ ଦମ୍ପତିଙ୍କ ଘରେ ପଶିଛନ୍ତି। ବୃଦ୍ଧ ଦମ୍ପତି ନିର୍ଭୟରେ ସଶସ୍ତ୍ର ସୈନିକମାନଙ୍କ ସମ୍ମୁଖରେ ଠିଆ ହୋଇଥିଲେ ଏବଂ ସେଠାରୁ ସେମାନଙ୍କୁ ଘରୁ ବାହାର କରି ଦେଇଥିଲେ। ଏପରିକି କ୍ୱିଭ୍‌ରେ ଥିବା ଆମେରିକାର ଦୂତାବାସ ମଧ୍ୟ ଏହି ସାହସିକତା ପାଇଁ ଏହି ଦମ୍ପତିଙ୍କୁ ପ୍ରଶଂସା କରିଥିଲେ। ଭିଡିଓକୁ ଟୁଇଟ କରି ଆମେରିକାର ଦୂତାବାସ କ୍ୟାପସନରେ ଲେଖିଛନ୍ତି, ଆଜି ଆମେ ଏହି ବୃଦ୍ଧ ଦମ୍ପତିଙ୍କୁ ସଲାମ କରୁଛୁ। ତିନି ରୁଷିଆ ସୈନିକଙ୍କ ସମ୍ମୁଖରେ ଠିଆ ହୋଇଥିଲେ।
ଦମ୍ପତିଙ୍କ ଘରେ ଲାଗିଥିବା ଥିବା ସିସିଟିଭି ଫୁଟେଜରେ ଏହା ଦେଖିବାକୁ ମିଳେ ଯେ ତିନିଜଣ ସଶସ୍ତ୍ର ରୁଷିଆ ସୈନିକ ଘର ଭିତରେ କବାଟ ଖୋଲି ଅସ୍ତ୍ରଶସ୍ତ୍ର ସହିତ ପଶୁଛନ୍ତି। କୁକୁର ଘର ବାହାରେ ଉପସ୍ଥିତ ଥାଏ, ତାଙ୍କୁ ଦେଖି ଭୋକିବା ଆରମ୍ଭ କରେ। ଘଟଣା ସମୟରେ ଗୁଳିର ଶବ୍ଦ ଶୁଣାଯାଏ। ନୀଳ ସ୍ବେଟର୍‌ ଏବଂ କଳା ପ୍ୟାଣ୍ଟ ପିନ୍ଧିଥିବା ଜଣେ ବୃଦ୍ଧ ବ୍ୟକ୍ତି ଏବଂ ଗୋଲାପୀ ଟୋପି ଏବଂ ନୀଳ ରଙ୍ଗର କୋଟ ପିନ୍ଧି ଜଣେ ମହିଳା ବାହାରକୁ ଯାଇ ସୈନିକଙ୍କ ସହ ଯୁକ୍ତିତର୍କ କରୁଥିବାର ଦେଖାଯାଏ।
ରୁଷିଆ ସୈନିକ ସେମାନଙ୍କୁ ଭୟଭୀତ କରିବା ପାଇଁ ଏକ ଖୋଲା ଗୁଳି ଚଳାଇଥିଲେ, କିନ୍ତୁ ଏହା ବୃଦ୍ଧ ଦମ୍ପତିଙ୍କୁ ଭୟଭୀତ କରି ନ ଥିଲା। ସେ ଦୁହେଁ ସୈନ୍ୟ ଆଗରେ ସେମିତି ଛିଡା ହୋଇଥିଲେ। ଏହି ସମୟରେ, ତାଙ୍କ ପୋଷା କୁକୁର ମଧ୍ୟ କ୍ରମାଗତ ଭାବରେ ଭୋକିବାକୁ ଲାଗେ। ଏହା ପରେ ଦମ୍ପତି ଶୀଘ୍ର ତାଙ୍କ ଗେଟ ବନ୍ଦ କରିଦେଲେ। ଏହି ଭିଡିଓଟି ୨ ଲକ୍ଷରୁ ଅଧିକ ଥର ଦେଖାଯାଇଛି ଏବଂ ୮,୭୦୦ ଲାଇକ ପାଇଛି।

Share