ପୁଟିନ୍‌ଙ୍କ ବଡ଼ ଖୁଲାସା

ମସ୍କୋ,୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନଙ୍କ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ୟୁକ୍ରେନ୍‌ ବିଦେଶୀ ନାଗରିକଙ୍କୁ ବନ୍ଧକ ରଖିଛି। ବିଦେଶୀଙ୍କୁ ବନ୍ଧକ ରଖି ୟୁକ୍ରେନ୍‌ ସେନା ଢାଲ ଭାବରେ ବ୍ୟବହାର କରୁଛି। ଏଥିରେ ୩ ହଜାର ଭାରତୀୟ ନାଗରିକ ସାମିଲ ଥିବା ପୁଟିନ ସୁରକ୍ଷା କାଂଉସିଲ୍‌ ବୈଠକରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ରୁଷିଆ ସେନା ସେଠାରୁ ବିଦେଶୀ ନାଗରିକଙ୍କୁ ବାହାର କରିବାରେ ସାହାଯ୍ୟ କରୁଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ୟ କହିଛି ଯେ ପ୍ରଥମ ନିର୍ଦ୍ଦେଶନାମା ଦିଆଯିବା ପରଠାରୁ ୧୮,୦୦୦ ଭାରତୀୟ ଯୁଦ୍ଧ ଦ୍ୱାରା ୟୁକ୍ରେନ ସୀମା ଛାଡିଛନ୍ତି ଏବଂ ବୁଧବାର ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ବହୁ ସଂଖ୍ୟକ ଭାରତୀୟ ଛାତ୍ର ଖାରକିଭ୍‌ ଛାଡି ନିକଟସ୍ଥ ପେସୋଚି୍ନନରେ ହଞ୍ଚିଛନ୍ତି। ଯାହାର ଆନୁମାନିକ ସଂଖ୍ୟା ହେଉଛି ୧ ହଜାର। ଆହୁରି ମଧ୍ୟ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ଆସନ୍ତା ୨୪ ଘଣ୍ଟା ପାଇଁ ୧୮ ଟି ବିମାନ ଉଡ଼ାଣ ଧାର୍ଯ୍ୟ କରାଯାଇଛି।

Share