ଓ୍ବାଶିଂଟନ,୮।୭ : ରୁଷ-ୟୁକ୍ରେନ ଯୁଦ୍ଧ ବିଷୟରେ ଦୁଇଟି ବଡ଼ ଖବର ଆସୁଛି। ପ୍ରଥମ ଖବର ହେଉଛି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଯୋଗଦେବା ପାଇଁ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଚଳିତ ବର୍ଷ ଏପ୍ରିଲରେ ଆମେରିକାରେ ପହଞ୍ଚିଥିଲେ। ଏଠାରେ ସେ ଆମେରିକାର ତିନିଜଣ ପୂର୍ବତନ ଜାତୀୟ ସୁରକ୍ଷା ଅଧିକାରୀଙ୍କ ସହ ଗୁପ୍ତ ବାର୍ତ୍ତାଳାପ କରିଥିଲେ। ଦ୍ୱିତୀୟ ଖବର ହେଉଛି ୟୁକ୍ରେନକୁ ୧୪୦ ରୁ ଅଧିକ କ୍ଲଷ୍ଟର ବୋମା ଆମେରିକା ଦେଇପାରେ। ଏହି ବୋମା ପାଇଁ ଦାବି ୟୁକ୍ରେନ ନିଜେ କରିଥିଲା।
ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଏବଂ ଆମେରିକାର ପୂର୍ବତନ ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେଉଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ଆମେରିକା ଏବଂ ରୁଷିଆ ମଧ୍ୟରେ ଗୁପ୍ତ ବୈଠକ ଆରମ୍ଭ ହୋଇଥିବା କୁହାଯାଉଛି।