ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ!

କ୍ୱିଭ୍‌,୨୪ା୭: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୫୧ ଦିନରେ ପହଞ୍ଚିଛି। ଖୁସିର କଥା ହେଉଛି, ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ପ୍ରସଙ୍ଗରେ ଚୁକ୍ତି ହୋଇଛି। ଏହା ଅଧୀନରେ ୟୁକ୍ରେନ କଳା ସାଗର ଦେଇ ଶସ୍ୟ ରପ୍ତାନୀ କରିବାରେ ସକ୍ଷମ ହେବ। ଏହି ଚୁକ୍ତି ପରେ ଲକ୍ଷ ଲକ୍ଷ ଟନ୍‌ ଖାଦ୍ୟ ଶସ୍ୟ ୟୁକ୍ରେନକୁ ରପ୍ତାନୀ ହେବ। ଏଭଳି ପରିସ୍ଥିତିରେ ଏହି ଚୁକ୍ତିନାମାକୁ ଯୁଦ୍ଧର ଶେଷ ଦିଗରେ ଏକ ପଦକ୍ଷେପ ଭାବେ ଗ୍ରହଣ କରାଯିବା ଉଚିତ କି? ରୁଷିଆ ବର୍ତ୍ତମାନ ୟୁକ୍ରେନ ଉପରେ ନିଜର ଜିଦ୍‌ରେ ରହିବ କି ବୋଲି ପ୍ରଶ୍ନ ଉଠିଛି। ରୁଷିଆ ୟୁକ୍ରେନ ମାଟିରେ ପ୍ରବେଶ କରିବା ପରେ ଖାର୍କିଭ୍‌, ମାରିଉପୋଲ, ଓଡେସା ଏବଂ ଆହୁରି ଅନେକ ସହର ଧ୍ୱଂସାବଶେଷରେ ପରିଣତ ହୋଇଛି। ଆଉ ଏକ ବିଶେଷ କଥା ହେଉଛି ଏହି ଚୁକ୍ତି ପାଇଁ ତୁର୍କୀ ଯେଉଁ ଭୂମିକା ଗ୍ରହଣ କରିଛି ତାହା ଆଶା କରାଯାଉଛି ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଶେଷ କରିବା ପାଇଁ ତୁର୍କୀ ଏକ ସକାରାତ୍ମକ ପଦକ୍ଷେପ ନେଇପାରେ।

ବଦେଶିକ ବ୍ୟାପାର ବିଶେଷଜ୍ଞ ପ୍ରଫେସର ହର୍ଷ ବି ପନ୍ତ କହିଛନ୍ତି, ଏହି ଚୁକ୍ତିରେ ତୁର୍କୀ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ପ୍ରମାଣିତ କରିଛି ଯେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ରୋକିବାରେ ତୁର୍କୀ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ। ସେ କହିଛନ୍ତି, ତୁର୍କୀ ବିଷୟରେ ଏକ ବିଶେଷ କଥା ହେଉଛି ନାଟୋର ସଦସ୍ୟ ହୋଇଥିଲେ ମଧ୍ୟ ଏହା ଆମେରିକାର ଅନୁଗାମୀ ନୁହେଁ। ଆମେରିକାର ବିରୋଧ ସତ୍ତ୍ୱେ ସେ ରୁଷିଆର ଏସ୍‌-୪୦୦ କ୍ଷେପଣାସ୍ତ୍ର ବୁଝାମଣା କରିଥିଲେ। ନାଟୋର ସଦସ୍ୟ ହୋଇଥିଲେ ମଧ୍ୟ ତୁର୍କୀ ରୁଷିଆର ନିକଟତର ହୋଇଛି। ଏହା ତାଙ୍କ ପାଇଁ ଏକ ପ୍ଲସ୍‌ ପଏଣ୍ଟ। ଏଭଳି ପରିସ୍ଥିତିରେ ତୁର୍କୀ ହେଉଛି ଏକ ଦେଶ ଯିଏ କି ରୁଷିଆ ଏବଂ ୟୁକ୍ରେନକୁ ଗୋଟିଏ ଟେବୁଲରେ ଆଣିପାରିବ। ସେ କହିଛନ୍ତି, ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ମିରର ଚୁକ୍ତିନାମା ପାଇବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

Share