ୟୁକ୍ରେନ ଉପରେ ଫସ୍‌ଫରସ୍‌ ବୋମା ଫିଙ୍ଗୁଛି ରୁଷିଆ: ଜେଲେନସ୍କି

କ୍ୱିଭ୍‌,୧୩ା୪: ରୁଷିଆ ସେନା ୟୁକ୍ରେନ ଉପରେ ଆକ୍ରମଣ ଏବେ ବି ଜାରି ରଖିଛି। ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବୁଧବାର ଇଷ୍ଟୋନିଆର ସଂସଦକୁ ସମ୍ବୋଧିତ କରିଛନ୍ତି। ସାଧାରଣ ନାଗରିକଙ୍କ ବିରୋଧରେ ରୁଷିଆ ଆତଙ୍କବାଦୀ କୌଶଳ ଆପଣାଇଥିବା ଜେଲେନସ୍କି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ୟୁକ୍ରେନ ଉପରେ ରୁଷିଆ ଫସ୍‌ଫରସ୍‌ ବୋମା ବ୍ୟବହାର କରୁଛି।

ରୁଷିଆର ଆକ୍ରମଣ ହେତୁ ଏପର୍ଯ୍ୟନ୍ତ ୟୁକ୍ରେନରେ ଅତି କମ୍‌ରେ ୧୯୧ ପିଲାଙ୍କର ମୃତ୍ୟୁ ଘଟିଛି। ୩୫୦ରୁ ଅଧିକ ପିଲା ମଧ୍ୟ ଆହତ ହୋଇଛନ୍ତି। ଯଦିଓ ଏହି ସଂଖ୍ୟା ଚୂଡାନ୍ତ ନୁହେଁ, ମୃତ ଶିଶୁଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି।

Share