ମସ୍କୋ,୨୧।୭: ରୁଷିଆର ଭ୍ଲାଦିମିର ପୁଟିନ୍ଙ୍କ ସବୁଠାରୁ ବଡ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସୀ ନାବାଲନିଙ୍କୁ ୨୦ବର୍ଷ ଜେଲ ଯାଇପାରେ। ଗୁରୁବାର ରୁଷିଆର ସରକାରୀ ଓକିଲମାନେ ନାଭାଲନିଙ୍କୁ ସର୍ବାଧିକ ସୁରକ୍ଷା ଜେଲରେ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି। ନାବାଲନି ଏକ ମୌଳିକ ସମ୍ପ୍ରଦାୟ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ନାବାଲନିଙ୍କ ଓକିଲ ଓଲଗା ମିଖାଇଲୋବା ମଧ୍ୟ ଏହା ନିଶ୍ଚିତ କରିଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବ୍ଲଗର୍ ନାବାଲନି ରୁଷିଆର ଅପରାଧିକ କୋଡର ତୃତୀୟ ଭାଗର ଧାରା ୨୮୨.୧ (ଏକ ମୌଳିକ ସମ୍ପ୍ରଦାୟ ସୃଷ୍ଟି ଏବଂ ଏହାର କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିବା ଅଭିଯୋଗ) ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ଆହୁରି ମଧ୍ୟ ନାବାଲନି ମୌଳିକ କାର୍ଯ୍ୟକଳାପ ପାଇଁ ଅର୍ଥ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ନାଭାଲନିଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବାକୁ େୁଷିଆର ଓକିଲ କୋର୍ଟଙ୍କୁ ଦାବି କରିଛନ୍ତି।