ଓ୍ବେଗନରର ବିଦ୍ରୋହ ପରେ କେଉଁଠି ଅଛନ୍ତି ପୁଟିନ, କୁଆଡେ ଯାଇଛନ୍ତି ପ୍ରେଗୋଜିନ

ମସ୍କୋ,୨୬।୬: ରୁଷିଆର ପ୍ରାଇଭେଟ ଆର୍ମି ବୋଲି କୁହାଯାଉଥିବା ଓ୍ବେଗନର ଗ୍ରୁପ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ ଶେଷ ହୋଇଛି ସତ ହେଲେ ଏବେବି ବିପଦ ଟଳିନାହିଁ। ଓ୍ବେଗନର ଗ୍ରୁପର ବିଦ୍ରୋହ ଶେଷ ହେବା ପରେ ରୁଷିଆରେ ଅଦ୍ଭୁତ ପ୍ରକାର ପରିବେଶ ଦେଖାଯାଇଛି। ପୁଟିନଙ୍କ ବିରୋଧରେ ବିଦ୍ରୋହର ବିଗୁଲ ଫୁଙ୍କିଥିବା ଓ୍ବେଗନର ଗ୍ରୁପର ମୁଖିଆ ୟେବଗେନି ପ୍ରେଗୋଜିନ ଗତ ୨୪ ଘଣ୍ଟାରୁ ଅଧିକ ସମୟ ହେବ ନଜର ଆସି ନାହାନ୍ତି। ଏହାସହ ରୁଷିଆର ରାଷ୍ଟ୍ରପତିଙ୍କର ବି ଗତ ୨୪ ଘଣ୍ଟା ମଧ୍ୟରେ ସାର୍ବଜନିକ ଦର୍ଶନ ମିଳିନାହିଁ।

ସୂଚନାଯୋଗ୍ୟ, ୨୪ଘଣ୍ଟା ପୂର୍ବରୁ ପୁଟିନଙ୍କ ସେନାବାହିନୀ ଏବଂ ୱାଗନର୍‌ ଗ୍ରୁପ ମୁହାଁମୁହିଁ ହୋଇଥିଲେ। ପ୍ରିଗୋଜିନଙ୍କ ଯୋଦ୍ଧାମାନେ ଶୀଘ୍ର ମସ୍କୋ ଆଡକୁ ଅଗ୍ରସର ହେଉଥିଲେ। କିନ୍ତୁ ସା ସୁଦ୍ଧା ୱାଗନର ମୁଖ୍ୟ ୟେଭେଗେନି ପ୍ରିଗୋଜିନ ଏକ ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ତାଙ୍କର ସେନା ମସ୍କୋ ଆଡକୁ ଯିବେ ନାହିଁ। ରୁଷିଆ ସହିତ ଚୁକ୍ତି ପରେ ସେମାନେ ଫେରି ଆସିଥିଲେ। ତେବେ ଏସବୁ ମଧ୍ୟରେ ପୁଟିନଙ୍କ ଅଜେୟ ଭାବମୂର୍ତ୍ତି ବହୁ କଷ୍ଟ ସହିଛି।

Share