ପାକିସ୍ତାନ ସହ ସମ୍ପର୍କ ବୃଦ୍ଧି କରିବାକୁ ଚାହୁଁଛି ରୁଷିଆ, ଅର୍ଥନୈତିକ ସହଯୋଗ ବଢ଼ିଲା…

ମସ୍କୋ,୧୩।୬ : ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଆମେ ପାକିସ୍ତାନ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବାକୁ ଚାହୁଁଛୁ। ଏହା ଅନ୍ତର୍ଗତ ରିହାତିଯୁକ୍ତ ରୁଷିଆ ତୈଳର ପ୍ରଥମ ପରିବହନ ସପ୍ତାହ ଶେଷରେ କରାଚି ବନ୍ଦରରେ ପହଞ୍ଚିଛି।

ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜ ରିପୋର୍ଟ କରିଛି ମସ୍କୋ ଏବଂ ଇସଲାମାବାଦ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବାର ୭୫ ତମ ବାର୍ଷିକୀ ଅବସରରେ ଲାଭରୋଭ ଏହା କହିଛନ୍ତି। ଏପ୍ରିଲରେ ଇସଲାମାବାଦ ଏବଂ ମସ୍କୋ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହେବା ପରେ ପ୍ରଥମ ଅଶୋଧିତ ତୈଳ ପରିବହନ କରାଚିରେ ପହଞ୍ଚିଛିା।

ରୁଷିଆର ବୈଦେଶିକ ମନ୍ତ୍ରୀ ତାଙ୍କ ଭିଡିଓରେ ଏହା କହିଛନ୍ତି କରାଚିରେ ସବୁଠାରୁ ବଡ ଇସ୍ପାତ କାରଖାନା, ଯାହାକୁ ବର୍ତ୍ତମାନ ପାକିସ୍ତାନ ଷ୍ଟିଲ ମିଲ କୁହାଯାଉଛି ତାହା ୧୯୮୦ ଦଶକରେ ନିର୍ମିତ ହୋଇଥିଲା। ଏହା ଦୁଇ ଦେଶର ମିଳିତ ସହଯୋଗର ଏକ ସ୍ପଷ୍ଟ ସୂଚକ ଅଟେ।

ସେ ରୁଷିଆର ସହାୟତାରେ ନିର୍ମିତ ଗୁଦୁ ଥର୍ମାଲ ପାୱାର ପ୍ଲାଣ୍ଟ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଆଜିକାଲି ଆମର ସମ୍ପର୍କ ଉନ୍ନତ ଏବଂ ବିଶ୍ୱାସ ଉପରେ ଆଧାରିତ। ସମ୍ପର୍କ ଅନ୍ତର୍ଜାତୀୟ ଏଜେଣ୍ଡାର ପ୍ରମୁଖ ପ୍ରସଙ୍ଗଗୁଡିକ ଉପରେ ଆଧାରିତ। ଆମର ପାକିସ୍ତାନୀ ସହଭାଗୀମାନଙ୍କ ସହ ମିଶି ଆମେ ଏକ ନ୍ୟାୟପୂର୍ଣ୍ଣ ତଥା ଗଣତାନ୍ତ୍ରିକ ବହୁମୁଖୀ ବିଶ୍ୱ ଗଠନ ପାଇଁ ଅପେକ୍ଷା କରିଛୁ।

Share