‘ୟୁକ୍ରେନକୁ ବିଶ୍ୱ ମାନଚିତ୍ରରୁ ହଟାଇବାକୁ ଚାହୁଁଛି ରୁଷିଆ’

ଓ୍ବାଶିଂଟନ,୩୦ା୭: ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ୍‌ ଗ୍ରୀନଫିଲ୍ଡ କହିଛନ୍ତି, ରୁଷିଆ ୟୁକ୍ରେନକୁ ବିଶ୍ୱ ମାନଚିତ୍ରରୁ ହଟାଇବା ଅର୍ଥାତ୍‌ ମୂଳପୋଛ କରିବାକୁ ଚାହୁଁଛି। ଗ୍ରୀନଫିଲ୍ଡ ଜାତିସଂଘ ସୁରକ୍ଷା ପରିଷଦକୁ କହିଛନ୍ତି, ରୁଷିଆ ୟୁକ୍ରେନର ଡୋନାସ୍କ, ଲୁହାନସ୍କ ସହିତ ଖେର୍ସନ ଏବଂ ଜାପୋରିଜଝିୟାକୁ ଅକ୍ତିଆର କରିବାକୁ ଚାହୁଁଛି ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ରୁଷିଆ କହିଛି ଏହି ଅଭିଯାନ ଜାରି ରହିବ।

ୟୁକ୍ରେନ ସୈନ୍ୟ କହିଛନ୍ତି, ଅତି କମ୍‌ରେ ସେ ୧୦୦ ରୁଷିଆ ସୈନ୍ୟଙ୍କୁ ହତ୍ୟା କରିଛନ୍ତି। ୭ଟି ଟ୍ୟାଙ୍କର ଏବଂ ଦୁଇଟି ଅସ୍ତ୍ରଶସ୍ତ୍ର ଡିପୋକୁ ଧ୍ୱଂସ କରିଛନ୍ତି। ଖେର୍ସନକୁ ସଂଯୋଗ କରୁଥିବା ରେଳ ସେବା ମଧ୍ୟ ବ୍ୟାହତ ହୋଇଛି। ୟୁକ୍ରେନ ଅଧିକାରୀ କହିଛନ୍ତି, ରୁଷିଆ ରାତିରେ ଖାର୍କିଭ ଏବଂ ମାଇକୋଲାଇଭ ଉପରେ ପ୍ରବଳ ବୋମା ବିସ୍ଫୋରଣ କରିଥିଲା।

Share