ପୂର୍ବ ୟୁକ୍ରେନର ବାଖମୁଟରେ ପୁଣି ରୁଷିଆର ଆକ୍ରମଣ, ବଢୁଛି ୟୁକ୍ରେନର ସମସ୍ୟା

କ୍ୱିଭ,୨୦।୫: ପୂର୍ବ ୟୁକ୍ରେନର ବାଖମୁଟ ସହର ଓ ଏହାର ଆଖପାଖରେ ପୁଣିଥରେ ରୁଷିଆ ପକ୍ଷରୁ ଜୋରଦାର ଆକ୍ରମଣ କରାଯାଇଛି। ଏହି ଅଞ୍ଚଳକୁ କବଜା କରିବାକୁ ରୁଷିଆ ସେନା ପୁଣିଥରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। କାରଣ ରୁଷିଆ ସେନା ମାସ ମାସ ଧରି ଲଢେଇ କରିବା ପରେ ସେହି ଅଞ୍ଚଳକୁ କବଜା କରିଥିଲେ। ହେଲେ ପରେ ସେ ଏହାକୁ ହରାଇ ଦେଇଥିଲା। ଏବେ ୟୁକ୍ରେନ କହିଛି କି ବାଖମୁଟରେ ଆଗକୁ ବଢିବାକୁ ରୁଷିଆ ସେନା ଧନଜୀବନକୁ ଖାତିର ନକରି ଲଗାତାର ଆକ୍ରମଣ କରି ଚାଲିଛନ୍ତି।

Share