ଫିନଲ୍ୟାଣ୍ଡକୁ ଚେତାବନୀ ଦେଲା ରୁଷିଆ

ହେଲସିଙ୍କି,୧୫।୫:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଫିନଲ୍ୟାଣ୍ଡ ସରକାର ରବିବାର ଏକ ବଡ ଘୋଷଣା କରିଛନ୍ତି। ଫିନଲ୍ୟାଣ୍ଡ ନାଟୋର ସଦସ୍ୟତା ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନେଇଛି। ଏହାପୂର୍ବରୁ ଦୁଇ ୟୁରୋପୀୟ ଦେଶ ଫିନଲ୍ୟାଣ୍ଡ ଏବଂ ସ୍ବିଡେନ ନାଟୋର ସଦସ୍ୟ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ଅନ୍ୟପକ୍ଷରେ ରୁଷିଆ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। ଫିନଲ୍ୟାଣ୍ଡର ଏହି ପଦକ୍ଷେପ ୟୁରୋପରେ ସ୍ଥିରତା ଏବଂ ସୁରକ୍ଷା ଆଣିବ ନାହିଁ। ଏହି ପଦକ୍ଷେପ ନିଶ୍ଚିତ ଭାବରେ ଏକ ବିପଦ ଅଟେ। ନାଟୋରେ ଯୋଗଦେବା ପାଇଁ ଫିନଲ୍ୟାଣ୍ଡର ନିଷ୍ପତ୍ତି ଏକ ଶତ୍ରୁତାପୂର୍ଣ୍ଣ ପଦକ୍ଷେପ। ଏହାର ଦୃଢ ଜବାବ ଦିଆଯିବ ବୋଲି ରୁଷିଆ ଚେତାବନୀ ଦେଇଛି।

Share