ରିବନ ନ ପିନ୍ଧିଲେ ହତ୍ୟା

କିଭ୍‌,୨୧।୪: ରୁଷିଆ ପୂର୍ବ ୟୁକ୍ରେନ୍‌ର ପ୍ରମୁଖ ବନ୍ଦର ସହର ମାରିଉପୋଲକୁ କବ୍‌ଜା କରିଥିବା ଘୋଷଣା ବେଳେ ସେଠାକାର ନାଗରିକ ଓ କିଭ୍‌ ସୁରକ୍ଷାକର୍ମୀଙ୍କୁ ଧଳା ରିବନ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ନ ମାନିଲେ ରୁଷୀୟ ସୈନ୍ୟ ସେମାନଙ୍କୁ ହତ୍ୟା ଧମକ ଦେଉଥିବା ମାରିଉପୋଲ ମେୟର ଭଦ୍ୟମ ବୟଚେନ୍‌କୋ କହିଛନ୍ତି। ବିନା ରିବନରେ କେହି ବି ରାସ୍ତାରେ ଦେଖାଗଲେ ସେମାନଙ୍କୁ ଗୁଳି କରିଦେବାକୁ ଧମକ ଦିଆଯାଇଛି। ଏହି ରିବନ ପିନ୍ଧିବା ଅର୍ଥ ମାରିଉପୋଲରେ ରୁଷିଆର ବିଜୟକୁ ସ୍ବୀକାର ସହ ଆତ୍ମସର୍ମପଣ କରିବା।

Share