ଭାରତ-ୟୁରୋପ କରିଡରରୁ ରୁଷିଆକୁ ହେବ ଫାଇଦା: ପୁଟିନ୍‌

ମସ୍କୋ,୧୩।୯: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡରକୁ ରୁଷିଆ ପାଇଁ ଲାଭଦାୟକ ବୋଲି କହିଛନ୍ତି। ପୁଟିନ୍‌ ମଙ୍ଗଳବାର କହିଛନ୍ତି , ଏଥିରୁ ରୁଷିଆର କୌଣସି କ୍ଷତି ହେବ ନାହିଁ, ବରଂ ଏହା ରୁଷିଆ ପାଇଁ ଲାଭଦାୟକ ଯୋଜନା। ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମ(ଇଇଏଫ୍‌)ରେ ଯୋଗ ଦେଇ ପୁଟିନ୍‌ କହିଛନ୍ତି, ଏହା ରୁଷିଆକୁ ଭାରତ ସହ ଲଜିଷ୍ଟିକ ସମ୍ପର୍କ ବିସ୍ତାର କରିବାର ସୁଯୋଗ ମିଳିବ। ଏହି ଯୋଜନା ଦୀର୍ଘ ଦିନ ଧରି ଆଲୋଚନା ହୋଇଆସୁଥିଲା, ଏହା ବର୍ତ୍ତମାନ କାର୍ଯ୍ୟକାରୀ ହେଉଛି, ଯାହା ଖୁସିର ବିଷୟ। ଅବଶ୍ୟ, ଆମେରିକା ଅନାବଶ୍ୟକ ଭାବରେ ଏଥିରେ ପ୍ରବେଶ କରିଛି, ଯାହା ସମ୍ପୂର୍ଣ୍ଣ ଅବୈଧ ଅଟେ।

ଆମେରିକା ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡରକୁ ଏକ ବଡ଼ ସଫଳତା ବୋଲି ବର୍ଣ୍ଣନା କରିଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ, ଏହା ୟୁରୋପରୁ ଏସିଆ ପର୍ଯ୍ୟନ୍ତ ସଂଯୋଗର ଏକ ନୂତନ ଯୁଗ ସୃଷ୍ଟି କରିବ, ଯାହା ଉଭୟ ମହାଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଅର୍ଥନୈତିକ ବିକାଶକୁ ଉତ୍ସାହିତ କରିବ। ଏହା ସହିତ ଶକ୍ତି ଏବଂ ଡିଜିଟାଲ ସଂଯୋଗ କ୍ଷେତ୍ରରେ ସହଯୋଗ ମଧ୍ୟ ବୃଦ୍ଧି ପାଇବ।

Share