ୟୁକ୍ରେନ ଉପରେ ରୁଷିଆର ଏୟାରଷ୍ଟ୍ରାଇକ୍‌, ଜଳିଗଲା ଆବାସିକ କୋଠା

କିଭ୍‌,୨୯ା୧୨: ଦୀର୍ଘଦିନ ଧରି ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଥିଲେ ମଧ୍ୟ ଥମିବାର ନାଁ ନେଉନି। ଉଭୟ ଦେଶ ଏବେ ମଧ୍ୟ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରଖିଛନ୍ତି। ଅଧିକାରୀମାନେ ଶୁକ୍ରବାର କହିଛନ୍ତି ଯେ, ଆଜି ସକାଳେ ଲଭିଭ୍‌ରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଫଳରେ ଏହି ବିସ୍ଫୋରଣରେ ଆବାସିକ କୋଠା ଏବଂ ଗୋଦାମ ଘରେ ନିଆଁ ଲାଗିଯାଇଥିଲା।

କିଭ୍‌ର ସାମରିକ ପ୍ରଶାସନ ଦୁଇଟି ଜିଲାରେ ଆବର୍ଜନା ପଡ଼ିଥିବାର ସୂଚନା ଦେଇଛି। ଏହି ଘଟଣାରେ ଅନେକ ଲୋକ ଗୁରୁତର ହୋଇଥିବା ମଧ୍ୟ କୁହାଯାଇଛି। ଆଶ୍ରୟସ୍ଥଳ ଭାବରେ ବ୍ୟବହୃତ ମେଟ୍ରୋ ଷ୍ଟେଶନ ବିଲ୍ଡିଂ ମଧ୍ୟ ରୁଷିଆ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି।

କିଭ୍‌ର ମେୟର କହିଛନ୍ତି, ଶୁକ୍ରବାର କିଭ୍‌ରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଶୁଣାଗଲା, ଏହା ପରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସକ୍ରିୟ ହେଲା। ସେନା ଅନୁଯାୟୀ, ୟୁକ୍ରେନ ଉପରେ ମିଳିତ ଏୟାରଷ୍ଟ୍ରାଇକ୍‌ ହୋଇଛି।

Share