ଗୁଳି ଚଳାଇଲା ରୁଷିଆ ସେନା

କ୍ୱିଭ୍‌,୧୭ା୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଭ୍ୟନ୍ତରୀଣ ପରିସ୍ଥିତି ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ପୂର୍ବ ୟୁକ୍ରେନରେ ରୁଷିଆ ସେନା ଏକ ଗାଁରେ ଗୁଳି ଚଳାଇଥିବା ୟୁକ୍ରେନ କହିଛି। ଯେଉଁଥିରେ ଏକ ଶିଶୁ ଉଦ୍ୟାନକୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣରେ କେହି ମୃତାହତ ହୋଇ ନ ଥିବା ୟୁକ୍ରେନ ସୈନ୍ୟ କହିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରୁଷିଆର ସମର୍ଥକ ବିଚ୍ଛିନ୍ନତାବାଦୀମାନେ ୪ଥର ୟୁକ୍ରେନ ସରକାରୀ ବାହିନୀ ଉପରକୁ ଗୁଳି ଚଳାଇଛନ୍ତି। ୟୁକ୍ରେନ ସୈନ୍ୟ କହିଛନ୍ତି, ବିଚ୍ଛିନ୍ନତାବାଦୀମାନେ ସରକାରୀ ସେନା ଉପରେ ଆକ୍ରମଣ କରିଥିଲେ। ତେବେ ଏହି ଘଟଣାରେ କେତେ ଗୁରୁତର ଏବଂ କେତେ  ଆହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share