ଯୁଦ୍ଧର ତୃତୀୟ ଦିନରେ ରାଜଧାନୀ କ୍ୱିଭ ସମେତ ଅନେକ ଅଞ୍ଚଳ ଦଖଲ କଲା ରୁଷିଆ ସେନା

କ୍ୱିଭ,୨୬।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଶନିବାର ତୃତୀୟ ଦିନରେ ପହଞ୍ଚିଛି। ଶୁକ୍ରବାର ରାଜଧାନୀ କ୍ୱିଭ ଦଖଲ କରିଥିବା ବେଳେ ଶନିବାର ରୁଷିଆ ସୈନ୍ୟ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ମଧ୍ୟ ଦଖଲ କରିଛନ୍ତି। ଉକ୍ତ ଅଞ୍ଚଳଗୁଡ଼ିକରେ ରୁଷିଆ ସୈନ୍ୟ ବୋମା ଓ ଗୁଳିମାଡ଼ ବର୍ଷଣ କରଥିବା ସୂଚନା ରହିଛି। ଏଥିରେ ଅନେକ କୋଠାଘର ଓ ବ୍ରିଜ୍‌ ଭୁଷୁଡ଼ିପଡ଼ିଛି। ନାଗରିକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଗୋଟିଏ ସହରରୁ ଅନ୍ୟ ସହର ମୁହାଁ ହୋଇଛନ୍ତି। ଇତିମଧ୍ୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ରୁଷିଆ ଭିଟୋ ପାଓ୍ବାରକୁ ବ୍ୟବହାର କରି ନିଜ ବିରୋଧରେ ନିନ୍ଦା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଏହି ନିନ୍ଦା ପ୍ରସ୍ତାବକୁ ସମର୍ଥନ କରି ୧୧ଟି ଓ ବିରୋଧରେ ଗୋଟିଏ ଭୋଟ ଦିଆଯାଇଛି। କିନ୍ତୁ ଏହି ଭୋଟିଂରେ ଭାରତ, ଚାଇନା ଓ ୟୁଏଇ ଅଂଶଗ୍ରହଣ କରିନାହାଁନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ରୁଷିଆରେ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରାଯାଇଛି।

Share