ଇଜ୍ୟୁମ ସହର, ନିପର ନଦୀ ନିକଟରେ ପହଞ୍ଚିଲେ ରୁଷିଆ ସେନା, ଆକ୍ରମକ ହେଲା ୟୁକ୍ରେନ୍‌, ଉଡାଇଲା ରୁଷିଆର ଅସ୍ତ୍ରଶସ୍ତ୍ର ଡିପୋ

କ୍ୱିଭ,୧୨ ।୪: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୪୭ ଦିନ ହୋଇଥିଲେ ମଧ୍ୟ ଇତିମଧ୍ୟରେ ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭ୍ ଦଖଲ କରିପାରି ନାହିଁ । ଫଳରେ ରୁଷିଆ ସେନା ତାଙ୍କ ଯୋଜନାରେ ପରିବର୍ତ୍ତନ କରି ପୂର୍ବ ୟୁକ୍ରେନକୁ ଫୋକସ କରୁଛନ୍ତି । ସୋମବାର ରୁଷିଆ ସେନାର ଏକ ବଡଦଳକୁ ଇଜ୍ୟୁମ ସହର ଓ ନିପର ନଦୀ ଆଖପାଖରେ ଦେଖିବାକୁ ମିଳିଛି । ଏପଟେ ୟୁକ୍ରେନ ବି ଆକ୍ରମକ ରୂପ ଧାରଣ କରିଛି । ୟୁକ୍ରେନ୍ ବସ୍ତାକାରେ ରୁଷିଆର ମିଶାଇଲରେ ଭର୍ତ୍ତିଥିବା ଏକ ଟ୍ରକକୁ ଟାର୍ଗେଟ କରିଛି । ଏହାସହ ୟୁକ୍ରେନ୍ ସେନା ଲୁହାଂସ୍କରେ ରୁଷିଆର ଅସ୍ତ୍ରଶସ୍ତ୍ର ଡିପୋକୁ ଉଡାଇ ଦେଇଥିବା ଦାବି କରିଛି ।
ଆମେରିକା ବିଶେଷଜ୍ଞ କହିଛନ୍ତି ରୁଷିଆ ସେନାର ୧୨.୮ କିଲୋମିଟର ଲମ୍ବା କାଫିଲା ଇଜ୍ୟୁମ ସହର ମୁହାଁ ହୋଇଛନ୍ତି । ଏହାର ସାଟେଲାଇଟ ଚିତ୍ର ବି ସାମ୍ନାକୁ ଆସିଛି । ନେକ୍ସଟା ଟିଭି ୱେସାଇଟର ସୂଚନା ଅନୁଯାୟୀ, ଆମେରିକା ବିଶେଷଜ୍ଞ ଆଶଙ୍କା କରିଛିନ୍ତି କି ରୁଷିଆ ନିପର ନଦୀ ଆଖପାଖ ଅଞ୍ଚଳରେ ବଡ ଧରଣର ଆକ୍ରମଣ ଯୋଜନା ପ୍ରସ୍ତୁତ କରି ସାରିଲାଣି । ନିକଟରେ ଉପଗ୍ରହରୁ ମିଳିଥିବା ଚିତ୍ର ଏହି ସଙ୍କେତ ଦେଉଛି ।

Share