ରୁଷୀୟ କଳାକାରଙ୍କୁ ୮ ବର୍ଷ ଜେଲ

ମସ୍କୋ,୯ା୧୧: ମସ୍କୋର ୟୁକ୍ରେନ୍‌ ଯୁଦ୍ଧକୁ ବିରୋଧ କରିଥିବା ଜଣେ ରୁଷୀୟ କଳାକାରଙ୍କୁ ବୁଧବାର ୮ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ୩୩ ବର୍ଷୀୟା ରୁଷୀୟ କଳାକାର ତଥା ମ୍ୟୁଜିସିଆନ୍‌ ଆଲେକ୍‌ଜାଣ୍ଡ୍ରା (ସାଶା) ସ୍କୋଚିଲେଙ୍କୋ ୨୦୨୨ ମାର୍ଚ୍ଚ ୩୧ରେ ଯୁଦ୍ଧ ବିରୋଧୀ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ। ଦେଶର ଦ୍ୱିତୀୟ ବୃହତ୍‌ ସହର ସେଣ୍ଟ ପିଟର୍ସବର୍ଗସ୍ଥିତ ଏକ ସୁପରମାର୍କେଟର ପ୍ରାଇସ୍‌ ଟ୍ୟାଗ୍‌ ହଟାଇ ସେଠାରେ ସେ ୫ଟି ଛୋଟ କାଗଜ ଲଗାଇଦେଇଥିଲେ। ଏଥିରେ ସେ ସାମରିକ ଅପରେଶନ୍‌ ବନ୍ଦ ପାଇଁ ମସ୍କୋକୁ ଆହ୍ବାନ ଦେଇଥିଲେ। ତାଙ୍କୁ ୮ ବର୍ଷ ଜେଲ ଦଣ୍ଡାଦେଶ ସହ ୩ ବର୍ଷ ପାଇଁ ଇଣ୍ଟରନେଟ ବ୍ୟବହାର ଉପରେ କଟକଣା ଲଗାଯାଇଛି। ରୁଷୀୟ ସଂଘ ପ୍ରତି ଏହା ଏକ ରାଜନୈତିକ ଘୃଣା ବୋଲି ସରକାରୀ ଓକିଲ ଦର୍ଶାଇଥିଲେ। ପୂର୍ବରୁ ୨୦୨୨ ଏପ୍ରିଲ ୧୧ରେ ସାଶାଙ୍କୁ ଗିରଫ କରାଯାଇଥିଲା।

Share