ୟୁକ୍ରେନ୍‌ ସୀମାରେ ରୁଷିଆର ମିଶାଇଲ ମାଡ଼: ୪ ନିହତ

କିଭ୍‌,୧।୮: ରୁଷିଆର ଏକ କ୍ଷେପଣାସ୍ତ୍ର ସୋମବାର କେନ୍ଦ୍ରୀୟ ୟୁକ୍ରେନ୍‌ର କ୍ରଭି୍ୟ ରିହ ସହରର ଏକ ଆପାର୍ଟମେଣ୍ଟରେ ମାଡ଼ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା ୟୁକ୍ରେନ୍‌ ଗୃହମନ୍ତ୍ରୀ କହିଛନ୍ତି। ରୁଷିଆ ଛାଡ଼ିଥିବା ଦୁଇଟି ମିଶାଇଲ ମଧ୍ୟରୁ ଗୋଟିଏ ଆପାର୍ଟମେଣ୍ଟ ବିଲ୍ଡିଂର ଚତୁର୍ଥ ଓ ନବମ ମହଲା ମଧ୍ୟରେ ଥିବା କିଛି ଅଂଶକୁ ଧ୍ୱଂସ କରିଦେଇଛି। ସେଠାରୁ ପ୍ରବଳ ଧୂଆଁ ଉଠୁଥବା ଭିଡିଓରୁ ଦେଖିବାକୁ ମିଳିଛି। ବିଲ୍ଡିଂ ବାହାରେ ଥିବା କେତେକ କାର୍‌ ମଧ୍ୟ ଜଳିଯାଇଛି। ମୃତକଙ୍କ ମଧ୍ୟରେ ଜଣେ ୧୦ ବର୍ଷୀୟା ବାଳିକା ରହିଛନ୍ତି। ସକାଳେ ଅନ୍ୟ ଏକ କ୍ଷେପଣାସ୍ତ୍ର ମାଡ଼ରେ ୪ ମହଲା ୟୁନିଭର୍ସିଟି ବିଲ୍ଡିଂର କିଛି ଅଂଶ ଭାଙ୍ଗିଯାଇଥିଲା। ଡୋନେସ୍କ ପ୍ରଦେଶର ଅନେକ ଅଞ୍ଚଳକୁ ରୁଷିଆ ଅକ୍ତିଆର କରିଥିବାବେଳେ ସେଠାରେ ୟୁକ୍ରେନ୍‌ର କମାଣ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୬ ଆହତ ହୋଇଛନ୍ତି। ସେହିପରି ୟୁକ୍ରେନ୍‌ ସେନାର ସେଲ୍‌ ମାଡ଼ରେ ଏକ ବସ୍‌ କ୍ଷତିଗ୍ରସ୍ତ ହୋଇଛି।

Share