ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ: ଜଣେ ମୃତ

କିଭ୍‌,୧୮ା୫: ରୁଷିଆ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି। ଗୁରୁବାର ରୁଷିଆର ଏକ କ୍ଷେପଣାସ୍ତ୍ର ଓଡେସାର ଏକ ଶିଳ୍ପାନୁଷ୍ଠାନରେ ମାଡ଼ ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏୟାର ଷ୍ଟ୍ରାଇକର ଧ୍ୱଂସାବଶେଷ ପଡ଼ି କିଭ୍‌ର ପୂର୍ବ ଦୁଇଟି ଜିଲାରେ ନିଆଁ ଲାଗିଯାଇଛି।

ସାମରିକ ପ୍ରଶାସନର ମୁଖପାତ୍ର ସେରହି ବ୍ରାଚୁକ କହିଛନ୍ତି, ଏହି ଆକ୍ରମଣରେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। କିଭ୍‌ର ମେୟର ଭିଟାଲି କ୍ଲିଚ୍‌କୋ କହିଛନ୍ତି, ରାଜଧାନୀର ଡର୍ନିଟସିଆ ଅଞ୍ଚଳରେ ଏକ ଗ୍ୟାରେଜରେ ନିଆଁ ଲାଗିଯାଇଛି। କିଭ୍‌ର ଡନିପ୍ରୋ ଅଞ୍ଚଳରେ ମଧ୍ୟ ଏହାର ଧ୍ୱଂସାବଶେଷ ପଡ଼ିଛି।

Share