ୱାଗନର୍‌ ମୁଖ୍ୟ, ସଶସ୍ତ୍ର ବିଦ୍ରୋହରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ପ୍ରତ୍ୟାହାର କଲେ ରୁଷିଆ କର୍ତ୍ତୃପକ୍ଷ…

ମସ୍କୋ,୨୭।୬ : ୱାଗନର୍‌ ମୁଖ୍ୟ ଏବଂ ସଶସ୍ତ୍ର ବିଦ୍ରୋହରେ ଜଡିତ ବ୍ୟକ୍ତିଙ୍କୁ ଆଶ୍ୱସ୍ତି ମିଳିଛି। ରୁଷିଆ କର୍ତ୍ତୃପକ୍ଷ ସେମାନଙ୍କ ବିରୋଧରେ ଥିବା ଅଭିଯୋଗ ପ୍ରତ୍ୟାହାର କରିଛନ୍ତି।

ରୁଷିଆ କର୍ତ୍ତୃପକ୍ଷ ମଙ୍ଗଳବାର କହିଛନ୍ତି କାହା ବିରୋଧରେ କୌଣସି ଅଭିଯୋଗ ନାହିଁ। ୱାଗନର୍‌ ମୁଖ୍ୟମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କ ନେତୃତ୍ୱରେ କରାଯାଉଥିବା ଏକ ସଶସ୍ତ୍ର ବିଦ୍ରୋହର ଅପରାଧର ଅନୁସନ୍ଧାନକୁ ବନ୍ଦ କରାଯାଇଛି।

ଫେଡେରାଲ ସିକ୍ୟୁରିଟି ସର୍ଭିସ (ଏଫଏସବି) କହିଛି ଅନୁସନ୍ଧାନରୁ ଜଣାପଡିଛି ଏହି ବିଦ୍ରୋହରେ ଜଡିତ ଥିବା ବ୍ୟକ୍ତିମାନେ ଅପରାଧ ଉଦ୍ଦେଶ୍ୟରେ କାର୍ଯ୍ୟକଳାପ ବନ୍ଦ କରି ଦେଇଛନ୍ତି। ସପ୍ତାହକ ମଧ୍ୟରେ ଶନିବାର ବିଦ୍ରୋହ ବନ୍ଦ ହେବା ପରେ କ୍ରେମଲିନ ପ୍ରିଗୋଜିନ ଏବଂ ତାଙ୍କ ଯୋଦ୍ଧାମାନଙ୍କୁ କୋର୍ଟ ଚାଲାଣ ନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ତେବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କୁ ଦେଶଦ୍ରୋହୀ ବୋଲି କହିଥିଲେ।

Share