ସରିଲା ମହାକାଶରେ ଫିଲ୍ମ ଶୁଟିଂ

ମସ୍କୋ,୧୭।୧୦: ମହାକାଶରେ ପ୍ରଥମ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ର ଶୁଟିଂ ରବିବାର ଶେଷ ହୋଇଛି। ଏହି ଫିଲ୍ମର ଶୁଟିଂ ପାଇଁ କଳାକାରମାନେ ମହାକାଶକୁ ୧୨ ଦିନ ଯାତ୍ରା କରିଥିଲେ। ଏହି ଟିମ୍‌ରେ ଫିଲ୍ମ ନିର୍ମାତାଙ୍କ ସହ ଅଭିନେତ୍ରୀ ୟୁଲିଆ ପେରେସିଲ୍‌ଡ୍‌ ଅଭିନୟ କରିବାକୁ ଯାଇଥିଲେ। ସୋୟୁଜ ଏମଏସ-୧୮ଯାନରେ ସେମାନେ ମହାକାଶରୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି।ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଋଷିଆନ ସ୍ପେସ୍‌ ଏଜେନ୍ସି। ଏହି ଟିମ୍‌ ପ୍ରଥମ ଥର ପାଇଁ ମହାକାଶରେ ଫିଲ୍ମ ଶୁଟିଂ କରି ଇତିହାସ ରଚିିଛନ୍ତି। ଶୁଟିଂ ପାଇଁ ୩୭ ବର୍ଷୀୟା ଅଭିନେତ୍ରୀ ୟୁଲିଆ ପେରେସିଲ୍‌ଡ୍‌ ଓ ୩୮ ବର୍ଷୀୟ ନିର୍ଦ୍ଦେଶକ କ୍ଲିମ୍‌ ଶିପେଙ୍କୋ ରକେଟ୍‌ ଯୋଗେ ମହାକାଶ ଯାତ୍ରା କରିଥିଲେ। ସେମାନଙ୍କ ଅବତରଣ ସମୟର ଭିଜୁଆଲ ମଧ୍ୟ ଏହି ଫିଲ୍ମରେ ସ୍ଥାନ ପାଇବ। ଫିଲ୍ମର ଶୁଟିଂ ଏହାର ବଜେଟ୍‌ ମଧ୍ୟରେ ଶେଷ ହୋଇଛି।

Share