ପ୍ରଥମ ଥର ନଜର ଆସିଲା ବ୍ଲାକ ସି’ରେ ହୁ ହୁ ହୋଇ ଜଳୁଛି ରୁଷିଆର ମୋସ୍କୱା କ୍ରୁଜ, ୟୁକ୍ରେନ୍ ମିଶାଇଲ ମାଡରେ ହୋଇଛି ନଷ୍ଟ!

କ୍ୱିଭ,୧୯ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପାଖାପାଖି ୧ ମାସ ପୁରଣ ହେବାକୁ ଯାଉଛି । ଏହି ଯୁଦ୍ଧରେ ଉଭୟ ଦେଶର ବହୁ କ୍ଷୟକ୍ଷତି ହେଲାଣି । ତେବେ ରୁଷିଆ ପକ୍ଷରୁ ଯେଉଁ ଆକ୍ରମଣ କରାଯାଇଛି ଏଥିରେ ୟୁକ୍ରେନର ଅଧିକ କ୍ଷତି ହୋଇଥିବା ଅନୁମାନ କରାଯାଉଛି । ତେବେ ୟୁକ୍ରେନ ବି ପଛଘୁଞ୍ଚା ନ ଦେଇ ରୁଷିଆର ସାମ୍ନା କରି ଚାଲିଛି । ପ୍ରାୟ ଦୁଇଦିନ ତଳେ ୟୁକ୍ରେନ୍ ଦାବି କରିଥିଲା କି ବ୍ଲାକ ସି’ରେ ମୁତୟନ ଥିବା ରୁଷିଆର କ୍ରୁଜ ମୋସ୍କୱାକୁ ୟୁକ୍ରେନ୍ ପକ୍ଷରୁ ମିଶାଇଲ ମାଡ କରାଯାଇ ନଷ୍ଟ କରିଦିଆଯାଇଛି । ହେଲେ ରୁଷିଆ ଏହାକୁ ଖଣ୍ଡନ କରିଥିଲା । ରୁଷିଆ କହିଥିଲା ଏହା ନିଆଁ ଲାଗିଯିବାରୁ ନଷ୍ଟ ହୋଇଯାଇଛି । ଏସବୁ ଭିତରେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓରେ ଏକ କ୍ରୁଜ ସମୁଦ୍ର ମଝିରେ ହୁ ହୁ ହୋଇ ଜଳୁଥିବା ଦେଖାଯାଉଛି । ଏହା ବ୍ଲାକ ସିରେ ଥିବା ରୁଷିଆର ମୋସ୍କୱା କ୍ରୁଜ ବୋଲି କୁହାଯାଉଛି ।

Share