ୟୁକ୍ରେନର ଦାବି ୩୦ରୁ ଊର୍ଦ୍ଧ୍ୱ ଥର ବିମାନ ଆକ୍ରମଣ କଲାଣି ରୁଷିଆ

କ୍ୱିଭ,୨୪ ।୨: ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟି ଯାଇଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସମସ୍ତ ବାରଣ ପରେ ବି ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି । ମିଶାଇଲ ଆକ୍ରମଣ ଫଳରେ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ବଡ ବଡ ସହର ଧ୍ୱଂସ ବିଧ୍ୱଂସ୍ତ ହୋଇ ଯାଇଛି । ଗୁରୁବାର ଅର୍ଥାତ୍ ୨୪ ଫେବୃୟାରୀରେ ଆରମ୍ଭ ହୋଇଥିବା ଏହି ଆକ୍ରମଣକୁ ଦେଖିଲେ ୟୁକ୍ରେନ୍ ଦାବି କରିଛି ଯେ ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ ୩୦ରୁ ଊର୍ଦ୍ଧ୍ୱ ଥର ଆକ୍ରମଣ କରାଗଲାଣି । ଯେଉଁଥିରେ କଲିବ୍ରା କ୍ରୁଜ ମିଶାଲଇ ସାମିଲ ଅଛି । ଏଥିରେ ସେନାଙ୍କ ସମେତ ସାଧାରଣ ନାଗରିକଙ୍କର ବି ମୃତ୍ୟୁ ହୋଇଛି । ତେବେ ରୁଷିଆର ଏହି ଆକ୍ରମଣକୁ ଆମେରିକା ସମେତ କିଛି ଦେଶ ନିନ୍ଦା କରିବା ସହ ଏତିକିରେ ଯୁଦ୍ଧ ବନ୍ଦ କରିବାକୁ ଅପିଲ କରିଛନ୍ତି । ଏପଟେ ୟୁକ୍ରେନ ବି କାହା ପାଖରେ ମୁଣ୍ଡ ନଇଁବ ନାହିଁ ବୋଲି କହି ରୁଷିଆର ସାମ୍ନା କରି ଚାଲିଛି ।

Share