ଚାଇନା ଅଧିକାରୀଙ୍କ ସହିତ ଉତ୍ତରକୋରିଆ ଗସ୍ତ କରିବେ ରୁଷିଆ ପ୍ରତିରକ୍ଷାମନ୍ତ୍ରୀ…

ମସ୍କୋ/ପ୍ୟୋଙ୍ଗୟାଙ୍ଗ/ବେଜିଂ,୨୫।୭ : ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଖୁବ ଶୀଘ୍ର ଉତ୍ତର କୋରିଆ ଗସ୍ତ କରିବେ। ରୁଷିଆର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଚାଇନାର ଏକ ପ୍ରତିନିଧୀ ଦଳ ମଧ୍ୟ ଉତ୍ତର କୋରିଆ ଗସ୍ତ କରିବେ। ଉତ୍ତର କୋରିଆ କୋରିଆ ଯୁଦ୍ଧର ୭୦ ତମ ବାର୍ଷିକୀ ପାଳନ କରୁଛି। ଏହି ଅବସରରେ ଉତ୍ତର କୋରିଆ ଚାଇନା ଏବଂ ରୁଷିଆର ପ୍ରତିନିଧୀଙ୍କୁ ଆମନ୍ତ୍ରଣ କରିଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରୁଷିଆ ଏବଂ ଚାଇନା ପ୍ରତିନିଧୀମାନେ ପ୍ୟୋଙ୍ଗୟାଙ୍ଗ ଗସ୍ତ କରିବେ।

କରୋନା ମହାମାରୀ ପରେ ଉତ୍ତର କୋରିଆ ଏହାର ସୀମା ବନ୍ଦ କରିଦେଇଥିଲା। କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ଉତ୍ତର କୋରିଆ ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ କରିଛି। ମଙ୍ଗଳବାର ଉତ୍ତର କୋରିଆର ନ୍ୟୁଜ ଏଜେନ୍ସି କେସିଏନଏ ରିପୋର୍ଟ କରିଛି ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁଙ୍କ ନେତୃତ୍ୱରେ ଏକ ସାମରିକ ଦଳ ଜୁଲାଇ ୨୫-୨୭ ରେ ଉତ୍ତର କୋରିଆ ଗସ୍ତ କରିବେ।

କେସିଏନଏ ଅନୁଯାୟୀ, ଚାଇନା ପକ୍ଷରୁ ସେମାନଙ୍କର ଶାସକ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟିର ସଦସ୍ୟ ଲି ହଙ୍ଗଜୋଙ୍ଗଙ୍କ ନେତୃତ୍ୱରେ ଏକ ଟିମ ଉତ୍ତର କୋରିଆ ଗସ୍ତ କରିବେ। ୨୭ ଜୁଲାଇ ୧୯୫୩ ରେ କୋରିଆ ଯୁଦ୍ଧ ସମାପ୍ତ ହୋଇଥିଲା। କୋରିଆ ଏହି ଯୁଦ୍ଧକୁ ଦେଶ ମୁକ୍ତି ଯୁଦ୍ଧ ଭାବରେ ବିବେଚନା କରେ ଏବଂ ଏହି ଦିନକୁ ପ୍ରତିବର୍ଷ ବିଜୟ ଦିବସ ଭାବରେ ପାଳନ କରେ ।

Share