ରୁଷିଆ ଆଣିଲା ନୂଆ ଡିଭାଇସ୍‌ : ମାତ୍ର କେଇ ସେକେଣ୍ଡରେ ଚିହ୍ନଟ ହେବ କରୋନା

ମସ୍କୋ,୩୦ା୮: କରୋନା ଭାଇରସ୍‌ ଭଳି ମହାମାରୀ ସମୟରେ ରୁଷିଆ ଏମିତିି ଏକ ଉପକରଣ ବାହାର କରିଛି ଯାହା ବାୟୁ ଦ୍ୱାରା ଭୂତାଣୁ, ବିଷାକ୍ତ ପଦାର୍ଥ ଏବଂ ଜୀବାଣୁ ଚିହ୍ନଟ କରିବାରେ ସକ୍ଷମ ହେବ। ଏହି ଉପକରଣଟି କରୋନା ଭୂତାଣୁ ମଧ୍ୟ ଚିହ୍ନଟ କରିପାରିବ। ବାୟୁବାହକ ଭୂତାଣୁ ଚିହ୍ନଟ କରିବା ସହିତ ଏକ ନିର୍ଦ୍ଦିଷ୍ଟ ଉପକରଣ କିଛି ସେକେଣ୍ଡ୍‌ ମଧ୍ୟରେ ସମ୍ଭାବ୍ୟ ବିପଦ ବିଷୟରେ ସୂଚନା ଦେବ।

ଶୁକ୍ରବାର ମସ୍କୋ ନିକଟରେ ଥିବା ସାମରିକ ଉଦ୍ୟୋଗିକ ଫୋରମ୍‌ ୨୦୨୦ରେ ‘କେମେଷ୍ଟ୍ରି ବାୟୋ’ ନାମକ ଏକ ଉପକରଣ ପ୍ରଦର୍ଶିତ ହୋଇଥିଲା। ଯାହା କେଏମ୍‌ଜେ୍‌ଡ୍‌ କାରଖାନା ଦ୍ୱାରା ପ୍ରସ୍ତୁତ ହୋଇଥିଲା। ଏହାର ବିକାଶକାରୀ ଦଳ ମସ୍କୋର ଗମାଲାୟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜିରେ ମଧ୍ୟ ସାମିଲ ଅଛନ୍ତି। ଏହି ସଂସ୍ଥା ବା ଅନୁଷ୍ଠାନ ବିଶ୍ୱର ପ୍ରଥମ କରୋନା ଭୂତାଣୁ ଟିକା ଦେବାକୁ ଦାବି କରିଛି। ଏହି କମ୍ପାନୀ ଟିକା ମଧ୍ୟ ପ୍ରସ୍ତୁତ କରୁଛି।

ଡିଟେକ୍ଟର ବାୟୋ କୌଣସି ପ୍ୟାକେଟ୍‌ ଗ୍ୟାଜେଟ୍‌ ନୁହେଁ, ଏହା ଦେଖିବାକୁ ରେଫ୍ରିଜେଟର ପରି। ଏହାର ଆକୃତି ସ୍ତର ଏକ କେକ୍‌ ପରି ଦେଖାଯାଏ। ଯାହାକି ଏକ ଛୋଟ ଲାବୋରେଟୋରୀ ପରି ଦେଖାଯାଉଛି। ପ୍ରତ୍ୟେକ ସ୍ତର ନିଜସ୍ବ ପରୀକ୍ଷା କରିଥାଏ। ଏହି ଡିଭାଇସ୍‌ ଦ୍ୱାରା ବାୟୁରୁ କରୋନା ଏବଂ ଅନ୍ୟ ଭୂତାଣୁ ମଧ୍ୟ ଚିହ୍ନଟ କରାଯାଇପାରିବ। ଏହାକୁ ବିକଶିତ କରୁଥିବା କମ୍ପାନୀର ଅଧିକାରୀ କୁହନ୍ତି, ସ୍ପଷ୍ଟ ପ୍ରମାଣ ଦେବା ପାଇଁ ଦୁଇଟି ପର୍ଯ୍ୟାୟରେ ବିଶ୍ଳେଷଣ କରାଯାଇଥାଏ। ବିଶ୍ୱରେ ପ୍ରଥମ ଥର ପାଇଁ ଏହି ଡିଭାଇସ୍‌ ବାହାର କରାଯାଇଛି। ଏହା ମୁଖ୍ୟତଃ ମେଟ୍ରୋ, ରେଳଷ୍ଟେଶନ ଏବଂ ବିମାନବନ୍ଦର ପରି ସର୍ବସାଧାରଣ ସ୍ଥାନରେ ଲଗାଯିବ।

Share