ରୁଷିଆ ରାଷ୍ଟ୍ରଦୂତଙ୍କ ଉପରେ ଆକ୍ରମଣ

ଓ୍ବାର୍ସ,୧୦।୫: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଆକ୍ରୋଶ ଏବେ ପଡ଼ୋଶୀ ଦେଶମାନଙ୍କରେ ମଧ୍ୟ ଦେଖିବାକୁ ମିଳିଛି। ଯାହାର ଶୀକାର ଏବେ ରୁଷିଆ ରାଷ୍ଟ୍ରଦୂତଙ୍କୁ ହେବାକୁ ପଡ଼ୁଛି। ପୋଲାଣ୍ଡରେ ରୁଷିଆ ରାଷ୍ଟ୍ରଦୂତଙ୍କ ଉପରେ ନାଲି ରଙ୍ଗରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋମବାର ରୁଷିଆ ଭିକ୍ଟ୍ରି ଡେ ପାଳନ କରିଥିଲା। ଏହି ଅବସରରେ ରୁଷିଆ ରାଷ୍ଟ୍ରଦୂତ ସର୍ଗି ଆଣ୍ଡ୍ରିଭ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଶହୀଦ ହୋଇଥିବା ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଥିଲେ। ଏହି ସମୟରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ବିରୋଧ କରୁଥିବା ଲୋକମାନେ ରାଷ୍ଟ୍ରଦୂତଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିସହ ୟୁକ୍ରେନ୍‌ ସମର୍ଥନରେ ସ୍ଲୋଗାନ ଦେଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ରାଷ୍ଟ୍ରଦୂତଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବାରୁ ପୋଲାଣ୍ଡ ସମାଲୋଚନାର ଶୀକାର ହୋଇଛି। ରୁଷିଆ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜଖାରୋଭା ଏହି ଆକ୍ରମଣକୁ ବିରୋଧ କରିଛନ୍ତି। ରୁଷିଆକୁ ଭୟଭୀତ କରିବା ପାଇଁ ଏଭଳି ଆକ୍ରମଣ ନିନ୍ଦନୀୟ ବୋଲି ସେ କହିଛନ୍ତି।

Share