୪ ମାସ ମଧ୍ୟରେ ୨ ଥର ପାଇଁ ଆମେରିକା ଡ୍ରୋନକୁ ଟାର୍ଗେଟ କଲା ରୁଷିଆ ବାୟୁସେନା

ଓ୍ବାଶିଂଟନ,୨୬।୭: ଆମେରିକା ଏବଂ ରୁଷିଆ ମଧ୍ୟରେ ତିକ୍ତତା ଜାରି ରହିଛି। ଏହି କ୍ରମରେ ରୁଷିଆର ଏକ ଯୁଦ୍ଧ ବିମାନ ସିରିଆ ଉପରେ ଆମେରିକାର ଡ୍ରୋନ ନିକଟରେ ବିପଜ୍ଜନକ ଭାବରେ ଉଡାଣ ଭରିଛି ଏବଂ ଏହାର ପ୍ରୋପୋଲରକୁ କ୍ଷତି ପହଞ୍ଚାଇଛି। ଆମେରିକା ସେନା ମଙ୍ଗଳବାର ଏହି ସୂଚନା ଦେଇଛି।

ଆମେରିକା ପୁଣି ଥରେ ରୁଷିଆକୁ ଆକାଶରେ ଅସାମ୍ବିଧାନିକ ଆଚରଣ ବୋଲି ଅଭିଯୋଗ କରିଛି। ବାୟୁସେନା ମୁଖ୍ୟ ଲେଫ୍ଟ ଜେନେରାଲ ଆଲେକ୍ସ ଗ୍ରିଙ୍କେବିଚ ରବିବାର କହିଛନ୍ତି ଯେ, ରୁଷିଆର ଏକ ଯୁଦ୍ଧ ବିମାନ ଆମେରିକାର ଏମ୍‌କ୍ୟୁ-୯ ଡ୍ରୋନ ନିକଟରେ ବିପଜ୍ଜନକ ଭାବେ ଉଡିଛି ଏବଂ ଏହାକୁ ହଇରାଣ କରୁଛି ଏବଂ ବିମାନଗୁଡ଼ିକ ମଧ୍ୟରେ କିଛି ମାତ୍ର ଦୂରତା ରହିଥିଲା।

Share