Categories: ଜାତୀୟ

ଲାର୍ଭୋଭଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ, ୧।୪: ଭାରତ ଗସ୍ତରେ ଆସିଥିବା ରୁଷିଆର ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭଙ୍କୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ଉଭୟ ନେତା ପ୍ରାୟ ୪୦ ମିନିଟ୍‌ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବୈଠକ ବେଳେ ଲାଭ୍ରୋଭ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୂଦ୍ଧ ସ୍ଥିତି ସମ୍ପର୍କରେ ମୋଦିଙ୍କୁ ବିସ୍ତୃତ ତଥ୍ୟ ଦେଇଛନ୍ତି। ଏଥିସହ ସେ ଶାନ୍ତି ସ୍ଥାପନ ଲାଗି ଚାଲିଥିବା ପଦକ୍ଷେପଗୁଡ଼ିକ ବିଷୟରେ ମଧ୍ୟ ଅବଗତ କରାଇଛନ୍ତି। ଏହି ସମୟରେ ମୋଦି ତାଙ୍କୁ ତୁରନ୍ତ ହିଂସା ବନ୍ଦ କରିବାକୁ ପରାମର୍ଶ ଦେଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି।

ମୋଦିଙ୍କୁ ଭେଟିବା ପୂର୍ବରୁ ଲାଭ୍ରୋଭ ଭାରତ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟିଥିଲେ। ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା।

Share