ଭାରତରେ ପହଞ୍ଚିଲେ ରୁଷିଆ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ/ମସ୍କୋ,୧।୩: ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଭାରତରେ ପହଞ୍ଚିଛନ୍ତି। ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗ ଦେବାକୁ ମଙ୍ଗଳବାର ରାତିରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିବା ସୂଚନା ମିଳିଛି। ଲାଭ୍ରୋଭ ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଯେଉଁଥିରେ ଉଭୟ ପକ୍ଷ ଏବଂ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବେ ବୋଲି ଜଣାପଡିଛି।

ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ, ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ କ୍ୟାଥରିନ କଲୋନା, ଚାଇନା ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ୍‌, ଜର୍ମାନୀର ଆନ୍ନାଲେନା ବିଅରବକ ଏବଂ ବ୍ରିଟିଶର ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲେଭର୍ଲି ସାମିଲ ହେବେ।

Share